ଦୁୁଇ ବର୍ଷର କୁନି ଝିଅର ମୃତ୍ୟୁ, ମା’ ଉପରେ ସନ୍ଦେହ କରୁଛନ୍ତି ଗ୍ରମବାସୀ
🎬 Watch Now: Feature Video
ମାଲକାନଗିରି: ଦୁଇ ବର୍ଷର କୁନି ଝିଅର ମୃତ୍ୟୁ । ଝିଅର ମୃତ୍ୟୁକୁ ନେଇ ମା’ଉପରେ ସନ୍ଦେହ କରିଛନ୍ତି ଗ୍ରାମବାସୀ । ମାଲକାନଗିରି ଜିଲ୍ଲା ସଦର ଥାନା ୧୨ ନମ୍ବର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ତେବେ ମୃତ୍ୟୁ ହୋଇଥିବା କୁନି ଝିଅ ତିଥି ମଣ୍ଡଳଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ, କିଭଳି ଭାବରେ ଘଟିଛି ତାହା ଅସ୍ପଷ୍ଟ ରହିଛି । ସୂଚନାନୁସାରେ ଏମଭି୧୨ ନମ୍ବର ଗ୍ରାମର ସୁବଳ ମଣ୍ଡଳ ଗତକାଲି(ରବିବାର) ନିଜ କାର୍ଯ୍ୟରୁ ଅପରାହ୍ନ ୪ଟା ସମୟରେ ଘରକୁ ଫେରିଥିଲେ । ସେ ଦେଖିବାକୁ ପାଇଥିଲେ ତାଙ୍କ ସ୍ତ୍ରୀ ରିତା ମଣ୍ଡଳ ମୃତ ଅବସ୍ଥାରେ ଝିଅକୁ କୋଳରେ ରଖି କାନ୍ଦୁଛନ୍ତି । କୁନି ଝିଅ ପୋଖରୀରେ ପଡ଼ି ମୃତ୍ୟୁ ହୋଇଥିବା କହିଥିଲେ ରୀତା । ରୀତାଙ୍କ କଥା ଶୁଣି ସୁବଲ ବିଶ୍ଵାସ କରିନଥିଲେ । ଝିଅର ମୃତ୍ୟୁ ନେଇ ମାଲକାନଗିରି ଥାନା ରେ ଜଣାଇବା ପରେ ଏକ ଏତଲା ଦେଇଥିଲେ, ଏତଲା ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରୀତାକୁ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି ପୋଲିସ ।
ଇଟିଭି ଭାରତ, ମାଲକାନଗିରି