thumbnail

By

Published : Dec 12, 2022, 12:46 PM IST

Updated : Feb 3, 2023, 8:35 PM IST

ETV Bharat / Videos

ସ୍ୱାମୀର ପରକିୟା ପ୍ରୀତିକୁ ନେଇ ଦୁଇ ମହିଳାଙ୍କ ଡ୍ରାମା

ବାଲେଶ୍ବର: ସ୍ତ୍ରୀ ସମ୍ମୁଖରେ ଧରାପଡିଲା ସ୍ବାମୀର ପରକୀୟା ପ୍ରୀତି । ପ୍ରତିବାଦ କରିବାକରୁ ସ୍ତ୍ରୀଙ୍କୁ ମାଡ ମାରିଲା ସ୍ବାମୀ । ଥାନାରେ ଅଭିଯୋଗ କରିବାକୁ ଯାଇଥିବା ବେଳେ ମୁହାଁମୁହିଁ ହେଲେ ଦୁଇ ମହିଳା । ବାଲେଶ୍ୱର ଜିଲ୍ଲା ସୋର ଥାନା ପରିସରରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ। ଅନ୍ୟ ମହିଳାଙ୍କ ପ୍ରେମରେ ପଡି ମୋ ସ୍ବାମୀ ନିର୍ଯାତନା ଦେଉଥିବା ସ୍ତ୍ରୀ ଅଭିଯୋଗ ଆଣିଥିବା ବେଳେ ଅନ୍ୟ ଜଣେ ମହିଳା ତାଙ୍କୁ ଫସାଇ ଦିଆଯାଇଥିବା କଥା କହିଛନ୍ତି । ସୋର ବ୍ଲକ ଈଶ୍ୱରପୁର ଅଞ୍ଚଳର ସନ୍ତୋଷ କୁମାର ମଣ୍ଡଳ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖୁଥିବା ସ୍ତ୍ରୀ ସନ୍ଦେହ କରୁଥିଲେ । ତେବେ ଗୋଟିଏ ଦିନ ପୂର୍ବରୁ ମହିଳା ଜଣଙ୍କ ସ୍ୱାମୀ ପଛେ ପଛେ ଯାଇ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଧରିଥିଲେ। ଏହାପରେ ସନ୍ତୋଷ ତାଙ୍କ ସ୍ତ୍ରୀଙ୍କୁ ମାଡ ମାରିବାରୁ ମହିଳା ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରି ଅଳ୍ପକେ ବର୍ତ୍ତିଯାଇଥିଲେ । ଏନେଇ ସେ ଥାନାରେ ଅଭିଯୋଗ କରିବାକୁ ଯାଇଥିବା ବେଳେ ଏଭଳି ସ୍ଥିତି ଉପୁଜିଥିଲା । ଶେଷରେ ପୋଲିସ ସନ୍ତୋଷକୁ ଗିରଫ କରିଥିବା ଜଣାପଡିଛି । ଇଟିଭି ଭାରତ, ବାଲେଶ୍ବର
Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.