କେନାଲ ଗାଧୋଇବା ହେଲା କାଳ, ଦୁଇ ନାବାଳକ ମୃତ

🎬 Watch Now: Feature Video

thumbnail

ଅନୁଗୋଳ: କେନାଲରେ ଗାଧୋଇବା ହେଲା କାଳ । କେନାଲରେ ବୁଡି ଦୁଇ ବାଳକଙ୍କ ମୃତ୍ୟୁ । ଘଟଣାକୁ ନେଇ ଗାଁରେ ଖେଳି ଯାଇଛି ଶୋକର ଛାୟା । ଅନୁଗୋଳ ତାଳଚେର ଗୁରୁଜାଙ୍ଗ ଗାଁର ଦକ୍ଷିଣ କେନାଲରେ ଘଟିଛି ଏହି ଅଘଟଣ । କେନାଲରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଦୁଇ ହାଇସ୍କୁଲ ଛାତ୍ରଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଗୁରୁଜାଙ୍ଗ ଗ୍ରାମ ନିକଟସ୍ଥ କେନାଲକୁ ସେହି ଗାଁର ଓମପ୍ରକାଶ ପାଣି ଓ ସୌମ୍ୟ ରଞ୍ଜନ ପାଣି ଅନ୍ୟ ଜଣେ ନାବାଳକ ଗାଧେଇବାକୁ ଯାଇଥିଲେ । ତେବେ ଅସାବଧାନତା ବଶତଃ ଉଭୟ ଗଭୀର ପାଣିକୁ ଚାଲି ଯାଇଥିଲେ । ପାଣିରେ ବୁଡି ଯାଉଥିବା ଦେଖି ସାଙ୍ଗରେ ଥିବା ଅନ୍ୟ ଜଣେ ନାବାଳକ ଡାକ ପକେଇଥିଲେ । ଆଖପାଖରେ ଥିବା ଲୋକ ଦୌଡ଼ି ଆସି ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ବହୁ ସମୟ ଖୋଜାଖୋଜି ପରେ ଉଭୟଙ୍କୁ ଉଦ୍ଧାର କରି ମଣ୍ଡାପାଳ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ପରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । 
 

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.