thumbnail

By

Published : Jul 28, 2023, 4:02 PM IST

ETV Bharat / Videos

ସୁବର୍ଣ୍ଣମେରୁଙ୍କ ପୀଠରେ ଅଲୌକିକ ଦୃଶ୍ୟ, ବୃଷଭ ମଥା ଉପରେ ଖେଳୁଛନ୍ତି ନାଗ-ନାଗୁଣୀ

ସୁବର୍ଣ୍ଣପୁର: ଇଷ୍ଟଦେବ ବାବା ସୁବର୍ଣ୍ଣମେରୁଙ୍କ ମନ୍ଦିର ପରିସରରେ ଏକ ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଛି । ମନ୍ଦିର ପରିସର ବାହାରେ ନିର୍ମିତ ବାବା ବୃଷଭଙ୍କ ମୁଣ୍ଡ ଉପରେ ନାଗ ନାଗୁଣୀ ଖେଳୁ ଥିବାର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଶ୍ରାବଣ ମାସରେ ଇଷ୍ଟଦେବଙ୍କ ଉପରେ ଜଳଲାଗି କରିବାକୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି ଏହି ପୀଠରେ । ପ୍ରାୟ ପାହାନ୍ତିଆରୁ ଆରମ୍ଭ କରି ରାତ୍ର 10ଟା ପର୍ଯ୍ୟନ୍ତ ସବୁ ସମୟରେ ମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଥାଏ । ଜନଶୂନ୍ୟ ସମୟରେ ଜଣେ ସେବାୟତ ମନ୍ଦିରର ପୂର୍ବ ଦିଗ ପ୍ରବେଶ ଦ୍ବାର ଦେଇ ଭିତରକୁ ଯିବା ସମୟରେ ନାଗ ନାଗୁଣୀ ବୃଷଭଙ୍କ ଉପରେ ଚଢି ଖେଳୁଥିବା ଦୃଶ୍ୟ ଦେଖି ଚକିତ ହୋଇପଡ଼ିଥିଲେ । ଏହାପରେ ଉଭୟ ନାଗ ନାଗୁଣୀ ବୃଷଭଙ୍କ ଉପରୁ ତଳକୁ ଓହ୍ଲାଇ ଚାଲି ଯାଇଥିଲେ । ତେବେ ତେଲନଦୀ କୂଳରେ କାହିଁ କେଉଁ କାଳରୁ ନିର୍ମିତ ଏହି ଦିବ୍ୟ ଶୈବପୀଠରେ ଅନେକ ସମୟରେ ନାଗସାପ ମନ୍ଦିର ପରିସର ଭିତରେ ବିଭିନ୍ନ ସ୍ଥାନରେ ବୁଲୁଥିବାର ଦେଖିବାକୁ ମିଳେ । ଏପରିକି ସମୟ ସମୟରେ ମୁଖ୍ୟ ମନ୍ଦିରର ଗର୍ଭ ଗୃହରେ ମଧ୍ୟ ଥିବା ଦେଖିବାକୁ ମିଳେ । 

ଇଟିଭି ଭାରତ, ସୁବର୍ଣ୍ଣପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.