thumbnail

By

Published : Apr 28, 2023, 3:45 PM IST

ETV Bharat / Videos

Rathakhala Halchal: ୨୮ ତୁମ୍ବ ଗୋଲେଇ କାର୍ଯ୍ୟ ଶେଷ, ସୂତା ବାଡ଼ିଆ କାମ ଆରମ୍ଭ

ପୁରୀ: ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ରଥ ନିର୍ମାଣକାରୀ ସେବକମାନେ ଶୁକ୍ରବାର ସକାଳ ୮ଟା ସମୟରେ ରଥ ଖଳାଠାରେ ଉପସ୍ଥିତ ହୋଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ତିନି ରଥ ପାଇଁ ସମୁଦାୟ ୩୨ଟି ତୁମ୍ବ ଗଡ଼ କରତି ସେବକମାନେ ତିନି ରଥର ମହାରଣାମାନଙ୍କୁ ଯୋଗାଇଥିଲେ । ତିନି ରଥର ମହାରଣାମାନେ ମୋଟ ୨୮ଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ କରିଛନ୍ତି । ତେବେ ୭ ଦିନରେ ସୂତା ବାଡ଼ିଆ କାମ ଆରମ୍ଭ ହେବାର ନିୟମ ରହିଛି । କିନ୍ତୁ ନିର୍ମାଣ କାର୍ଯ୍ୟ ଆବଶ୍ୟକତା ଦୃଷ୍ଟିରୁ ଆଜିଠାରୁ ସୂତା ବାଡ଼ିଆ କାମ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ର ।

ତିନି ରଥର ୪୨ ଚକ ପାଇଁ ୪୨ ତୁମ୍ବ ଆବଶ୍ୟକ ଥିବାବେଳେ ଆଜି ସୁଦ୍ଧା ୪୧ ଗୋଟି ତୁମ୍ବ ଗଡକରି କରତି ସେବକ ମାନେ ତିନି ରଥର ମହାରଣାମାନଙ୍କୁ ଯୋଗାଇଛନ୍ତି । ସେଥି ମଧ୍ୟରୁ ନନ୍ଦିଘୋଷ ରଥ ପାଇଁ ଆବଶ୍ୟକ ୧୬ ଗୋଟି ତୁମ୍ବ ଗଡ଼, ଦେବୀ ରଥ ପାଇଁ ଆବଶ୍ୟକ ୧୨ ଗୋଟି ତୁମ୍ବ ଗଡ଼ କରତି ସେବକ ଯୋଗାଇଥିଲା ବେଳେ ତାଳଧ୍ବଜ ରଥ ମହାରଣାମାନଙ୍କୁ ୧୩ ଗୋଟି ତୁମ୍ବଗଡ଼ ଯୋଗାଇଛନ୍ତି । ବାକି ୧ ଗୋଟି ତୁମ ଗଡ଼ ଆସନ୍ତା କାଲି ଯୋଗାଇବେ । ନନ୍ଦିଘୋଷ ରଥ ଏବଂ ଦର୍ପଦଳନ ରଥର ୧୦ ଗୋଟି ଲେଖାଁଏ ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ ହୋଇଥିବା ବେଳେ ତାଳଧ୍ବଜ ରଥର ୭ ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ ହୋଇଅଛି । ଦୋଳବେଦୀରେ ଅସ୍ଥାୟୀ କମାର ଶାଳରେ ଓଝା ତଥା କମାର ସେବକ ମାନେ ଲୁହା ରଡ଼ କାଟି ଅର କଣ୍ଟା ନିର୍ମାଣ ଜାରି ରଖିଛନ୍ତି । ତେବେ ଆସନ୍ତାକାଲି ତୁମ୍ବ ଗୁଡିକରେ ବିନ୍ଧ ଅନୁକୂଳ ହେବ । ପରେ ବିନ୍ଧରେ ଅର ସଂଯୋଗ ହୋଇ ଚକ ନିର୍ମାଣ ହେବ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.