WATCH VIDEO: ରେଳଯାତ୍ରୀଙ୍କୁ ମାଡ଼ ମାରିଲେ ଦୁଇ TTE, ହେଲେ ନିଲମ୍ବିତ
🎬 Watch Now: Feature Video
ପାଟନା: ବିହାର ମୁଜ୍ଜଫରପୁରରେ ରେଳଯାତ୍ରୀଙ୍କୁ ମାଡ଼ ମାରିଲେ ଟିଟିଇ (Train Ticket Examiner) । ଏହି ଭିଡ଼ିଓ ସାମନାକୁ ଆସିବା ପରେ ରେଳ ବିଭାଗ ଅଭିଯୁକ୍ତ ୨ଜଣ ଟିଟିଇଙ୍କୁ ନିଲମ୍ବିତ କରିଛି । ଏହି ଭାଇରାଲ ଭିଡ଼ିଓ ଗତ ଜାନୁଆରୀ ୨ତାରିଖର ଘଟଣା ବୋଲି କୁହାଯାଉଛି । ଲୋକମାନ୍ୟ ତିଳକ ଟର୍ମିନାଲରୁ ଜୟନଗରକୁ ଯାଉଥିବା ପୱନ ଏକ୍ସପ୍ରେସ (Passenger beaten up in Pawan express)ମଧ୍ୟରେ ଟିଟିଇ ଓ ଯାତ୍ରୀଙ୍କ ମଧ୍ୟରେ ଏଭଳି ମାରପିଟ ହୋଇଛି । ଟ୍ରେନରେ ଟିଟିଇ ଯାତ୍ରୀଙ୍କ ଟିକେଟ ଯାଞ୍ଚ କରୁଥିଲେ । ଟିକେଟକୁ ନେଇ ଯାତ୍ରୀଙ୍କ ସହିତ ୨ଜଣ ଟିଟିଇଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଏହାପରେ ସେମାନେ ରେଳଯାତ୍ରୀଙ୍କୁ ମାଡ଼ ମାରିଥିବା ଜଣାପଡ଼ିଛି ।
Last Updated : Feb 3, 2023, 8:38 PM IST