ଘାଟିରେ ଓଲଟିଲା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ, ବିସ୍ଫୋରଣରେ ଥରିଲା ଅଞ୍ଚଳ

By ETV Bharat Odisha Team

Published : Sep 18, 2023, 9:44 PM IST

thumbnail

ସିମ୍‌ଲା: ହିମାଚଳପ୍ରଦେଶ ହମିରପୁର ଜିଲ୍ଲାରେ ଏକ ଗ୍ୟାସ ବୋଝେଇ ଟ୍ରକ ବିସ୍ଫୋରଣର ଘଟିଛି । ଗତ ସୋମବାର ଦିନ ଗୋଟିଏ  ଗ୍ୟାସ ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ଏକ ବିଦୁତ୍ ଖୁଣ୍ଟକୁ ଧକ୍କା ଦେଇଥିଲା ଯାହା ଫଳରେ ଏଭଳି ବିସ୍ଫୋରଣରେ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି  ।  

ସୂଚନା ଅନୁସାରେ ଗତ ସୋମବାର ସକାଳେ ସୁଜନପୁର ଜଙ୍ଗଲବାରୀ ପଞ୍ଚାୟତ ଦେଇ ଏକ ଗ୍ୟାସ ବୋଝେଇ ଗାଡ଼ି ଯାଉଥିଲା । ଗାଡିଟି କୌଣସି କାରଣରୁ  ଭାରସାମ୍ୟ ହରାଇ ଏକ ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଇଥିଲା । ଫଳରେ ସଟସାର୍କିଟ ଯୋଗୁଁ ଟ୍ରକଟିରେ ନିଆଁ ଲାଗି ଯାଇଥିଲା ।ନିଆଁ ସଙ୍ଗେ ସଙ୍ଗେ ଗ୍ୟାସ  ସିଲିଣ୍ଡରକୁ ଧରିଥିଲା ଯାହଫଳରେ ଗ୍ୟାସ ସିଲିଣ଼୍ଡର ଗୁଡିକ ବିସ୍ଫୋରଣର ଘଟିଥିଲା । ନିଆଁର ପ୍ରଭାବ ଏତେ ଭୟାବହ ଥିଲା ଯେ ,ଏହାକୁ ଆୟତ କାରାଯାଇପାରି ନଥିଲା । ଟ୍ରକରେ ୨୯୪ ରନ୍ଧନ ଗ୍ୟାସ ସିଲିଣ୍ଡର ଭର୍ତ୍ତି ରହିଥିଲା ବେଳେ ଦେଢ ଡ଼ଜନ ସିଲିଣ୍ଡର ବିସ୍ଫୋରଣର କରିଥିବା ସୂଚନା ମିିଳିଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ କରିଥିବା ଜଣା ପଡିଛି । ଏହି ଘଟମାରେ କେହି ମୃତାହାତ ହୋଇନଥିବା ଜଣା ପଡିଛି  । ଏହି ଘଟଣା ପରେ ଆଖପାଖ ଗାଁରେ ଏକ ପ୍ରାକାର ଭୟର ବାତାବରଣ ସୃଷ୍ଟି ହୋଇଯାଇଛି  ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.