ଭାଗିରଥି ମାଣ୍ଡାଙ୍ଗି ହତ୍ୟା ଘଟଣା, ସିବିଆଇ ତଦନ୍ତ ଦାବି କଲା ଆଦିବାସୀ ମହାସଂଘ - ଭାଗିରଥି ମାଣ୍ଡାଙ୍ଗି ହତ୍ୟା ଘଟଣା

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 4, 2023, 1:27 PM IST

ରାୟଗଡା: ଆଦିବାସୀ ନେତା ଭାଗିରଥି ମାଣ୍ଡାଙ୍ଗି ହତ୍ୟା ଘଟଣା । ସିବିଆଇ ତଦନ୍ତ ଦାବି କରି ବିକ୍ଷୋଭ ପ୍ରଦର୍ଶନ କଲା ଜିଲ୍ଲା ଆଦିବାସୀ ମହାସଂଘ । ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମଧ୍ୟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଆଦିବାସୀ ମହାସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ସ୍ବର୍ଗତ ଭାଗୀରଥି ମାଣ୍ଡାଙ୍ଗିଙ୍କୁ ଗତ ୨୦୧୦ ମସିହା ଡିସେମ୍ବର ୧୫ ତାରିଖରେ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ତଦନ୍ତ ପ୍ରଥମେ ରାୟଗଡ଼ା ଥାନା ପୋଲିସ ଓ ପରେ କ୍ରାଇମବ୍ରାଞ୍ଚ ତରଫରୁ କରାଯାଇଛି । ହେଲେ କୌଣସି ସୁଫଳ ମିଳିନାହିଁ । ହତ୍ୟା ରହସ୍ୟ ଉନ୍ମୋଚନ କରିବାରେ ରାଜ୍ୟ ତଦନ୍ତ ଏଜେନ୍ସି ଫେଲ୍ ହୋଇଛି । ତେଣୁ ଏହାର ତଦନ୍ତ ଭାର ସିବିଆଇକୁ ପ୍ରଦାନ କରାଯାଉ। ଏହି ହତ୍ୟାକାଣ୍ଡରେ ଶାସକ ଦଳର ନେତା ସାମିଲ ଥିବା ଦାବିପତ୍ରରେ ଉଲ୍ଲେଖ ରହିଛି । ଯଦି ତୁରନ୍ତ ସିବିଆଇ ତଦନ୍ତ ପାଇଁ ସୁପାରିଶ କରାନଯିବ ତେବେ ସମଗ୍ର ଜିଲ୍ଲାରେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଆଦିବାସୀ ମହାସଂଘ ପକ୍ଷରୁ କୁହାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବରୁ ଏକ ବିଶାଳ ରାଲି ବାହାରିଥିଲା କପିଳାସ ଛକରୁ ।  

ଏହା ମଧ୍ୟ ପଢନ୍ତୁ-ଭାଗିରଥୀ ହତ୍ୟାକାଣ୍ଡକୁ 10 ବର୍ଷ, ଏବେ ବି ପୋଲିସ ହାତ ଖାଲି

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.