thumbnail

By

Published : Jun 30, 2023, 11:04 PM IST

ETV Bharat / Videos

ସାନ୍ତାଳୀ ଭାଷାକୁ ମାନ୍ୟତା ଦାବି, ଆଦିବାସୀ ସଂଗଠନର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

ଢେଙ୍କାନାଳ: ସାନ୍ତାଳୀ ଭାଷାକୁ ସରକାରୀ ମାନ୍ୟତା ଦାବିରେ ରାଜ ରାସ୍ତାକୁ ଓହ୍ଲାଇଲେ ବିଭିନ୍ନ ଆଦିବାସୀ ସଂଗଠନ । ବିଶାଳ ଶୋଯାତ୍ରାରେ କରି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପ୍ରାଥମିକ ଶ୍ରେଣୀରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ପାଠପଢ଼ାରେ ସାନ୍ତାଳୀ ଭାଷା ପ୍ରଚଳନ ସାଙ୍ଗକୁ ଏହାର ସୁପରିଚାଳନା ପାଇଁ ସ୍ୱତନ୍ତ୍ର ବୋର୍ଡ ଓ କାଉନ୍ସିଲ ଗଠନ କରାଯିବାକୁ ଆଦିବାସୀ ସଂଗଠନ ଦାବି କରିଛି । ବିଭିନ୍ନ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମରେ ଭାଷାକୁ ସାମିଲ କରିବା ଆଦି ୯ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ ଆଦିବାସୀ ସଂଗଠନ । ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକର ଶତାଧିକ ସଂଖ୍ୟାରେ ଆଦିବାସୀ ସଂଗଠନର ଉଭୟ ମହିଳା ପୁରୁଷ ଏକତ୍ରିତ ହୋଇ ଢେଙ୍କାନଳରେ ଏକ ବିଶାଳ ଶୋଭାଯାତ୍ରା କରିଥିଲେ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜିଲ୍ଲାପାଳଙ୍କୁ ଏକ ୯ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରି ସେମାନଙ୍କ ଦାବି ରଖିଛନ୍ତି ।  
 

ଇଟିଭି ଭାରତ, ଢେଙ୍କାନାଳ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.