ଶ୍ରାବଣ ମାସର ପ୍ରଥମ ସୋମବାର: ଶିବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ଼

By

Published : Jul 10, 2023, 2:03 PM IST

thumbnail

ଭବାନୀପାଟଣା: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଏଥିପାଇଁ ପ୍ରତ୍ୟେକ ଶିବାଳୟରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ ।  ଶ୍ରାବଣ ମାସ ଶିବଙ୍କ ମାସ ହୋଇଥିବା ବେଳେ ଏହି ମାସରେ ପଡୁଥିବା ସୋମବାର ମହାଦେବଙ୍କୁ ଆରଧନା କରି ଜଳଲାଗି କରାଯାଇଥାଏ । ବିଶ୍ବାସ ରହିଛି ଆଜି ଦେବଦେବ ମହାଦେବଙ୍କୁ ଜଳଲାଗି କଲେ କୋଟି ଜନ୍ମର ପୁଣ୍ୟ ପ୍ରାପ୍ତି ହୋଇ ଥାଏ । ସେପଟେ ବୋଲ୍‌ବମ୍‌, ହର ହର ବମ ଧ୍ଵନିରେ ପ୍ରକମ୍ପିତ ଆଜି ଗଗନ ପବନ । ଶିବମୟ ହୋଇ ପଡ଼ିଛି ଚତୁର୍ଦ୍ଦିଗ । ଚଳିତ ବର୍ଷ ଯୋଡ଼ା ଶ୍ରାବଣ ପଡିଥିବା ବେଳେ ଶ୍ରଦ୍ଧାଳୁଙ୍କ ମନରେ ବେଶ ଉତ୍ସାହ ଦେଖା ଦେଇଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଥିବା ଜଳେଶ୍ବର ମନ୍ଦିର, ଭଣ୍ଡେଶ୍ଵର ମନ୍ଦିର ସମେତ ଧର୍ମଗଡ଼ଠାରେ ଥିବା ପରଦେଶ୍ୱର ମନ୍ଦିର, ବେଳଖଣ୍ଡି ଧବଳେଶ୍ବର ଶିବ ମନ୍ଦିର ଓ ମୋହନଗିରି ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ଭୋଳାନାଥଙ୍କୁ ଦର୍ଶନ କରିବା ପାଇଁ ମନ୍ଦିରକୁ ଲମ୍ବା ଲାଇନରେ ଯାଇ ଶିବ ଲିଙ୍ଗରେ ଜଳାଭିଷେକ କରିଛନ୍ତି । 

ଇଟିଭି ଭାରତ, କଳାହାଣ୍ଡି 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.