thumbnail

By

Published : Aug 12, 2022, 6:24 PM IST

Updated : Feb 3, 2023, 8:26 PM IST

ETV Bharat / Videos

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି, ଯବାନଙ୍କ ତ୍ରିରଙ୍ଗା ଶୋଭାଯାତ୍ରା

ଭବାନୀପାଟଣା: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳୁଛି ଆଜାଦି କି ଅମୃତ ମହୋତ୍ସବ । ଏନେଇ ସାରା ଦେଶରେ ହର୍‌ ଘର୍‌ ତ୍ରିରଙ୍ଗା ପାଳନ କରିବା ନେଇ କେନ୍ଦ୍ର ସରକାର ଆହ୍ବାନ ଦେଇଛନ୍ତି । ତେବେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ CRPF ୬୪ ବାଟାଲିୟନ ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଛି । ଅଟାଙ୍ଗଗୁଡା ଠାରେ ଥିବା CRPF ୬୪ ବାଟାଲିୟନ କ୍ୟାମ୍ପ ଠାରେ ତ୍ରିରଙ୍ଗା ବାଇକ ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ସିଆରପିଏଫ କମାନଡାଣ୍ଟ ବିପ୍ଳବ ସରକାର । ଏହା ପରେ କ୍ୟାମ୍ପର ସମସ୍ତ ଯବାନ ତ୍ରିରଙ୍ଗା ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ଆସନ୍ତା ୨ଦିନ ଧରି CRPF ୬୪ ବାଟାଲିୟନ ପକ୍ଷରୁ ଜିଲ୍ଲାର କୋଣ ଅନୁକୋଣରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେବା ସହ ଜନ ସାଧାରଣଙ୍କ ମନରେ ଦେଶ ଭକ୍ତି ଜାଗ୍ରତ କରିବା ଓ ଦେଶ ମାତୃକା ପାଇଁ ନିଜ ଜୀବନକୁ ବାଜି ଲଗାଇ ଥିବା ସହ ଓ ମହାପୁରୁଷ ମାନଙ୍କ ସ୍ମୃତି ଚାରଣ କରାଯିବା ପାଇଁ ଏହି ତ୍ରିରଙ୍ଗା ଯାତ୍ରା ଆୟୋଜନ ହୋଇଥିବା କହିଛନ୍ତି CRPF କମାନଡାଣ୍ଟ ବିପ୍ଳବ ସରକାର । ଇଟିଭି ଭାରତ, କଳାହାଣ୍ଡି
Last Updated : Feb 3, 2023, 8:26 PM IST

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.