thumbnail

ପୁଣି ଝୁଣି ଖାଇଲା କଲରାପତରିଆ ବାଘ, ଆତଙ୍କରେ ନୂଆପଡାବାସୀ

By ETV Bharat Odisha Team

Published : Dec 3, 2023, 7:30 AM IST

ନୂଆପଡା: ନୂଆପଡା ଜିଲ୍ଲାରେ ପୁଣି ଦେଖାଦେଇଛି କଲରାପତରିଆ ବାଘ ଆତଙ୍କ । ସୁନାବେଡା ଅଭୟାରଣ୍ୟ ସ୍ଥିତ ସୋଶେଙ୍ଗ ଗାଁରେ ଦେଖାଦେଇଛି ଏହି କଲରାପତରିଆ ବାଘ । ଯାହା ଫଳରେ ଗ୍ରାମବାସୀ ମାନଙ୍କ ମଧ୍ୟରେ ଖେଳି ଯାଇଛି ଆତଙ୍କ । ସୋସେଙ୍ଗ ଗାଁର ସନ୍ତୋଷ ମାଝୀଙ୍କ ଗାଈ ଗୁହାଳରେ କଲରାପତରିଆ ବାଘ କରିଛି ଆକ୍ରମଣ । ରାତିଅଧରେ ସନ୍ତୋଷ ମାଝୀଙ୍କ ଗାଈ ଗୁହାଳକୁ ପଶି ବାଛୁରୀ ଛୁଆକୁ ଝାମ୍ପି ମାରିଖାଇଛି କଲରାପତରିଆ ବାଘ । ବାଛୁରୀର କାନ୍ଦ ବୋବାଳି ଶୁଣି ଗାଁ ଲୋକେ ଢେଙ୍ଗା ବାଡ଼ି ଧରି ଗୁହାଳ ପାଖକୁ ଯାଇଥିଲେ । ଏତିକି ବେଳେ ବାଘ ଲୋକଙ୍କ ଶବ୍ଦ ଶୁଣି ବାଛୁରୀକୁ ଛାଡ଼ିଦେଇ ଜଙ୍ଗଲକୁ ଖସି ଚାଲିଯାଇଛି । ମାଲିକ ସନ୍ତୋଷ ମାଝୀ ବାଛୁରୀକୁ ଦେଖୁବା ବେଳକୁ ତାର ଜୀବନ ଆଉ ନଥିଲା । 

ଏହା ମଧ୍ୟ ପଢନ୍ତୁ... ବାଘ ଆତଙ୍କରେ ଛାନିଆ ନୂଆପଡ଼ାବାସୀ: ପୁଣି ଜଣେ ନାବାଳକକୁ ଝାମ୍ପିଲା ବାଘ

ପରେ ଗାଁ ଲୋକେ ଟ୍ରାକ୍ଟର ଯୋଗେ ନିକଟସ୍ଥ ଧାନ ମଣ୍ଡିକୁ ଧାନ ନେଉଥିବା ବେଳେ ଜଙ୍ଗଲ ରାସ୍ତା ଦେଇ ପାରିହେଉଥିଲା କଲରାପତରିଆ ବାଘ । ବାଘକୁ ଦେଖି ଟ୍ରାକ୍ଟର ଡ୍ରାଇଭର ମୋବାଇଲରେ ଚିତ୍ର ଉତ୍ତୋଳନ କରିଥିଲା । ବାଘର ଏଭଳି ବାରମ୍ବାର ଆକ୍ରମଣ ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି । ଅପରପକ୍ଷେ ନୂଆପଡାରେ କଲରାପତରିଆ ବାଘ ଆକ୍ରମଣ ନୂଆ ନୁହେଁ । ପୂର୍ବରୁ ମଧ୍ୟ ଜଳମଡେଇ ଗାଁର ଜଣେ ବୃଦ୍ଧାଙ୍କୁ ଜୀବନରୁ ମାରି ଖାଇଥିଲା ବାଘ । ପରେ ଅଭୟାରଣ୍ୟର ବିଭିନ୍ନ ଗାଁରେ ମଣିଷ ଗାଈ ବାଛୁରୀକୁ ଝାମ୍ପି ଖାଇଥିଲା ବାଘ । ଲୋକଙ୍କ ଅଭିଯୋଗ ପରେ ନୂଆପଡା ବନବିଭାଗ ବାଘକୁ ଯନ୍ତାରେ ଧରି ସମ୍ବଲପୁର ଚିଡ଼ିଆ ଖାନାକୁ ନେଇଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ... Tiger Terror: ଖେଳୁଥିବା ଶିଶୁକୁ ଝାମ୍ପି ନେଲା ବାଘ, ଫରେଷ୍ଟ ବିଟ୍ ହାଉସ ଘେରିଲେ ଉତ୍ତ୍ୟକ୍ତ ଲୋକେ

କିଛିଦିନର ଆଶସ୍ତି ପରେ ଆଜି ପୁଣି ଏକ କଲରାପତରିଆ ବାଘ ଆତଙ୍କ ଖେଳାଉଛି । ରାସ୍ତା କଡରେ ଜୀବନ୍ତ ବାଘକୁ ଦେଖି ସୋସେଙ୍ଗ ଗାଁ ଲୋକେ ପୁଣି ଆତଙ୍କିତ ହୋଇପଡିଛନ୍ତି । ସୂଚନା ଯୋଗ୍ୟ ଯେ ଗତ କିଛି ଦିନ ତଳେ ନୂଆପଡା ଜିଲ୍ଲାର ଧରମବନ୍ଧା ଥାନା ଅନ୍ତର୍ଗତ ବିଭିନ୍ନ ଗାଁରେ  କଲରାପତରିଆ ବାଘ ଆକ୍ରମଣ କରିଥିଲା । ଯେଉଁ ଥିରେ ଛୋଟଛୋଟ ଛୁଆ ମାନେ ଲହୁଲୁହାଣ ହୋଇଥିଲେ  । 

ଇଟିଭି ଭାରତ,  ନୂଆପଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.