ପାର୍କିଂରେ ଶୋଇଥିଲା 3 ବର୍ଷର ଶିଶୁ ମାଡିଗଲା କାର, ଦେଖନ୍ତୁ ହୃଦୟ ବିଦାରକ ଦୃଶ୍ୟ - ଦୁର୍ଘଟଣାର ସିସିଟିଭି ଫୁଟେଜ

🎬 Watch Now: Feature Video

thumbnail

By

Published : May 26, 2023, 8:28 AM IST

ହାଇଦ୍ରାବାଦ: ତେଲେଙ୍ଗାନାର ହାଇଦ୍ରାବାଦରୁ ଏକ ହୃଦୟ ବିଦାରକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଦେଖାଯାଇଛି, ଏକ ଆପାର୍ଟମେଣ୍ଟର ପାର୍କିଂ ଏରିଆରେ ଜଣେ ୩ ବର୍ଷର ଶିଶୁ ଶୋଇଛି । ଏତିକି ବେଳେ ଜଣେ ବ୍ୟକ୍ତି ନିଜର କାର୍ ପାର୍କିଂ କରିବାକୁ ଯାଇ ଅଜାଣତରେ ଶିଶୁଟି ଉପରେ ଗାଡି ଚଢାଇ ଦେଇଛନ୍ତି । ଫଳରେ ଘଟଣାସ୍ଥଳରେ ହିଁ ନିରୀହ ଶିଶୁଟିର ମୃତ୍ୟୁ ହୋଇଯାଇଛି । ଏହି ଭିଡିଓଟି ହାଇଦ୍ରାବାଦ ହାୟତନଗର ଅଞ୍ଚଳର  । ଗତ ବୁଧବାର ଦିନ ହାୟତ ନଗରର ଲେକଚର୍ସ କଲୋନୀ ସ୍ଥିତ ଏକ ଆପାର୍ଟମେଣ୍ଟ ବିଲ୍ଡିଂରେ ଏଭଳି ଅଘଟଣ ଘଟିଯାଇଛି । ମୃତ ଶିଶୁକନ୍ୟାର ବାପାମାଆ କର୍ଣ୍ଣାଟକର ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି । 

ପ୍ରାପ୍ତ ସୂଚନା ଅନୁସାରେ, କର୍ଣ୍ଣାଟକ କଲାବୁର୍ଗି ଅଞ୍ଚଳର ଦମ୍ପତି ରାଜୁ ଓ କବିତା କାମ ସନ୍ଧାନରେ ହାଇଦ୍ରାବାଦ ଆସିଥିଲେ । ସେ ହାୟତ ନଗର ଲେକଚର୍ସ କଲୋନୀରେ ନିର୍ମାଣ ଶ୍ରମିକ ଭାବେ କାମ କରୁଥିଲେ । ଗତ ବୁଧବାର ଦିନ କବିତା କାମ କରୁଥିବା ବିଲ୍ଡିଂର ସାମ୍ନାରେ ଥିବା ଆପାର୍ଟମେଣ୍ଟ ପାର୍କିଂରେ ନିଜର ୩ ବର୍ଷର ଶିଶୁକନ୍ୟା ଲକ୍ଷ୍ମୀକୁ ଶୁଆଇ କାମ କରିବାକୁ ଯାଇଥିଲେ । ଏତିକି ବେଳେ ଉକ୍ତ ଆପାର୍ଟମେଣ୍ଟରେ ରହୁଥିବା ହରିକ୍ରିଷ୍ଣା ଘରକୁ ଫେରିଥିଲେ ଏବଂ ନିଜ କାର ପାର୍କିଂ କରିବାକୁ ନେଇଥିଲେ । ଶିଶୁଟି ସେଠାରେ ଶୋଇଥିବାର ହରିକ୍ରିଷ୍ଣା ଦେଖିପାରି ନଥିଲେ ଓ ଅଜାଣତରେ କାର ଚଢାଇ ଦେଇଥିଲେ । କାରର ଆଗ ଚକା ଶିଶୁଟିର ମୁଣ୍ଡ ଉପରେ ମାଡି ଯିବାରୁ ସେହିଠାରେ ହିଁ ତା'ର ମୃତ୍ୟୁ ହୋଇଯାଇଥିଲା । ସମଗ୍ର ଘଟଣା ସେଠାରେ ଲାଗିଥିବା ସିସିଟିଭିରେ କଏଦୀ ହୋଇଛି  । ଖବର ପାଇ ହାୟତ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି  ।  

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.