Train Tragedy: ଜୀବନସାଥୀ ତ ଚାଲିଗଲା, ଏ କାଗଜ ନୋଟ ନେଇ କଣ କରିବି.... - ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା

🎬 Watch Now: Feature Video

thumbnail

By

Published : Jun 5, 2023, 8:35 PM IST

ବାଲେଶ୍ବର: ମଣିଷ ତ ଚାଲିଗଲେ, ଆଉ ତାଙ୍କୁ କଣ କେବେ ଖୋଜି ପାଇବି । ଏ ଟଙ୍କା ନେଇକି କରିବିବା କଣ ? ଯାହାଙ୍କୁ ଦେଖି ଦିନେ ମୁଁ ବଞ୍ଚୁଥିଲି, ଆଜି ତାଙ୍କ ପ୍ରତିବଦଳରେ ଏ କାଗଜ ନୋଟ ଗୁଡା ମୋର କଣ ବା କାମରେ ଆସିବ । ଏମିତି ଦୁଃଖ କେବେ ଆସିବ ମୋ ଜୀବନରେ ମୁଁ ଭାବିନଥିଲି, ଏ ଟଙ୍କା ଏ ପଇସାର କିଛି ମୂଲ୍ୟ ନାହିଁ ଯେଉଁଠି ମୋ ନିଜର ଲୋକ ମୋ ସହିତ ନାହିଁ । ମୁଁ କାହା ପାଇଁ ବଞ୍ଚିବି ଆଉ କାହାକୁ ନେଇ ବଞ୍ଚିବି ମୁଁ ନିଜେ ବି ଗୋଟେ ଜୀଅନ୍ତା ମୃତଦେହ ପାଲଟିଯାଇଛି । 

ଏମିତି କିଛି କୋହ ଭରା କଣ୍ଠରେ କହିଛନ୍ତି ସ୍ତ୍ରୀ,ଝିଅ ଏବଂ ପୁତୁରା କୁ ହରାଇଥିବା ବାଲେଶ୍ୱରର ବିନୋଦ ଦାଶ । ଝିଅ ବାହାଘରକୁ ବର୍ଷେ ହୋଇଥିବା ବେଳେ ନାତି ନାତୁଣୀର ମୁହଁ ଦେଖିବାକୁ ବହୁତ ଇଚ୍ଛା କରିଥିଲେ ବାପା ବିନୋଦ । ହେଲେ ସବୁ କିଛି ଚୁରମାର ହୋଇଗଲା । ବୟସର ଅପରାହ୍ନରେ ଯେତେବେଳେ ଜଣେ ଜୀବନ ସାଥିକୁ ଜଣେ ମଣିଷ ଖୋଜେ ସେତେବେଳେ ଜୀବନସାଥି ବି ଏକୁଟିଆ ଛାଡି ଚାଲିଗଲା । ହାଏ ରେ ବିଧାତା..ସତରେ ଏ କେଡେ ନିଷ୍ଠୁର ନିଷ୍ପତ୍ତି ଯେଉଁଠି ଜଣେ ବୟସ୍କ ବ୍ୟକ୍ତି ଜୀବନ ସାଥିକୁ ହରାଇଲା ପୁଣି ତାର ଝିଅକୁ ହରାଇଲା । ଏ ଦୁଃଖ ଆଉ ଏମିତି କାହାକୁ ନ ମିଳୁ ।
 

ବାଲେଶ୍ୱର ସଦର ବ୍ଲକ ସପନି ଖୁଣ୍ଟା ଗାଁର ବିନୋଦ ଦାଶ । ସ୍ତ୍ରୀ ଝରଣା, ଝିଅ ବିଷ୍ଣୁପ୍ରିୟା, ଏବଂ ପୁତୁରା ସନ୍ଦୀପ ଶୁକ୍ରବାର ସନ୍ଧ୍ୟାରେ ଝିଅର ସ୍ବାସ୍ଥ୍ୟ ଦେଖାଇବା ପାଇଁ କଟକ ବଡ଼ ମେଡିକାଲ ଯାଉଥିଲେ । ବାଲେଶ୍ୱରରୁ ଟ୍ରେନ ଛାଡିବା ପରେ ପର ଷ୍ଟେସନ ବହନାଗା ଠାରେ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ତିନି ଜଣଙ୍କୁ ହରାଇ ଆଜି ଭାଙ୍ଗି ପଡିଛନ୍ତି ବିନୋଦ । ଜିଲ୍ଲା ପ୍ରଶାସନ ପକ୍ଷରୁ ବିନୋଦଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । 

ଇଟିଭି ଭାରତ, ଭୁବନେଶ୍ବର  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.