ମନ୍ଦିରକୁ ବି ଛାଡ଼ିଲେନି, ତାଲା ଭାଙ୍ଗି ଗହଣା ଓ ହୁଣ୍ଡି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ - ମନ୍ଦିରର ତାଲା ଭାଙ୍ଗି ଗହଣା ହୁଣ୍ଡି ଟଙ୍କା ଲୁଟ୍‌

🎬 Watch Now: Feature Video

thumbnail

By

Published : Apr 19, 2023, 6:20 PM IST

ବାଲେଶ୍ଵର: ବାଲେଶ୍ଵରରେ ଦିନକୁ ଦିନ ଚୋରି ବଢ଼ିବାରେ ଲାଗିଛି ।  ଦିନ ଦ୍ବିପହର ଠାରୁ ଆରମ୍ଭ କରି ରାତିର ଅନ୍ଧାରରେ ନିଜର ଉପସ୍ଥିତି ଜାହିର କରିବାରେ ଲାଗିଛନ୍ତି ଲୁଟେରା । ମଣିଷଙ୍କଠାରୁ ଭଗବାନ ପର୍ଯ୍ୟନ୍ତ ଦୁର୍ବୃତ୍ତମାନେ କାହାକୁ ଛାଡୁ ନାହାନ୍ତି । ସେମିତି ଏକ ଘଟଣା ଏବେ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଧିନ କୁଟାରୀ ଗାଁରେ ଥିବା ଚଣ୍ଡୀ ମନ୍ଦିରରେ । ଚଣ୍ଡୀ ମନ୍ଦିରରେ ତାଲା ଭାଙ୍ଗି ମାଙ୍କ ଲକ୍ଷାଧିକ ଟଙ୍କାର ସୁନା ରୁପା ଅଳଙ୍କାର ସହିତ ହୁଣ୍ଡୀରେ ଥିବା 10ହଜାରରୁ ଉର୍ଦ୍ଧ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା କୁଟାରି ଗ୍ରାମରେ ଥିବା ମା’ ଚଣ୍ଡୀ ମନ୍ଦିରରେ ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ଦୃବୁର୍ତ୍ତମାନେ ମନ୍ଦିର ତାଲା ଭାଙ୍ଗି ମା’ଙ୍କର ସୁନା ଓ ରୁପାର ଦୁଇଟି ମୁକୁଟ,ସମେତ ବିଭିନ୍ନ ସୁନାର ଅଳଙ୍କାର ଲୁଟିନେଇଥିବା ଅଭିଯୋଗ ହୋଇଛି।  ଆଜି ସକାଳେ ପୂଜାରି ମନ୍ଦିର ପୂଜା କରିବାକୁ ଆସିଥିବା ବେଳେ ମନ୍ଦିର ଚୋରି ହୋଇଥିବା ଦେଖି ସିମୁଳିଆ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ଇଟିଭି ଭାରତ, ବାଲେଶ୍ଵର 

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.