ରମାଦେବୀ ବିଶ୍ଵବିଦ୍ୟାଳୟରେ ଦିବ୍ୟାଙ୍ଗ ଅନ୍ତେବାସୀ ଅସୁରକ୍ଷିତ, ହଷ୍ଟେଲ ଭିତରୁ ଚୋରି

By ETV Bharat Odisha Team

Published : Nov 27, 2023, 6:42 AM IST

thumbnail

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ଦିବ୍ୟାଙ୍ଗ ଅନ୍ତେବାସିନୀ ଅସୁରକ୍ଷିତ । କ୍ୟାମ୍ପସ ମଧ୍ୟରେ ପଶି ହଷ୍ଟେଲ ଭିତରୁ ହୋଇଛି ଚୋରି । ରାତିରେ ଶୋଇଥିବା ଅବସ୍ଥାରେ ୧୨ ଜଣ ଛାତ୍ରୀଙ୍କୁ କ୍ଲୋରଫର୍ମ ପକାଇ 6ଟି ମୋବାଇଲ ଫୋନ ସହିତ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଓ ଟଙ୍କା ଚୋରି ହୋଇଛି । ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଏନେଇ ଅଭିଯୋଗ କରାଯିବା ପରେ ଛାତ୍ରୀମାନଙ୍କୁ ମୋବାଇଲ ଫୋନ ଆଉ କିଛି ଅର୍ଥରାଶି ଯୋଗାଇ ଦିଆଯିବ ବୋଲି  ପ୍ରତିଶ୍ରୁତି ଦେଉଛନ୍ତି ।  

ସୂଚନା ଅନୁଯାୟୀ, ଗତକାଲି ରାତିରେ ଭିନ୍ନକ୍ଷମ ଛାତ୍ରୀ ଅସୀମା ହଷ୍ଟେଲ ରୁମ୍‌ରେ କେହି ଦୁର୍ବୃର୍ତ୍ତ ପଶି ଏଭଳି କାଣ୍ଡ କରିଥିବା ଅଭିଯୋଗ କରିଛନ୍ତି ଦିବ୍ୟାଙ୍ଗ ଅନ୍ତେବାସୀ । କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ରହିଥିବା ରମାଦେବୀ ବିଶ୍ଵବିଦ୍ୟାଳୟ ହଷ୍ଟେଲ ମଧ୍ୟରୁ କିଭଳି ଚୋରି ହେଲା ତାହାକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ହଷ୍ଟେଲ ଦାୟିତ୍ୱରେ ଥିବା କର୍ମଚାରୀ ସମାଧାନ ପରିବର୍ତ୍ତେ ଧମକାଉଥିବା ଅଭିଯୋଗ କରିଛନ୍ତି ଛାତ୍ରୀ । ଗତକାଲି ରାତିରେ ହଷ୍ଟେଲ୍‌ରେ ଥିବା କିଛି ଛାତ୍ରୀ ରୁମ୍‌ର କବାଟ ଲକ୍ କରିନଥିଲେ । ତେବେ ଏଭଳି ୩-୪ଟି ରୁମରେ କବାଟ ଲକ୍ କରିନଥିଲେ ଛାତ୍ରୀ । ଯେଉଁମାନଙ୍କର ରୁମ୍ ଲକ୍ ହୋଇନଥିଲା ସେମାନଙ୍କ ରୁମରୁ ମୋବାଇଲ ଓ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ସମେତ ଟଙ୍କା ଚୋରିହୋଇଛି ।  

ଏହା ମଧ୍ୟ ପଢ଼ନ୍ତୁ....Kotrakshi Idol Returns: ଦର୍ପଣଗଡ଼କୁ ଫେରିଲା ଚୋରି ହୋଇଥିବା ମା' କୋଟ୍ରାକ୍ଷୀଙ୍କ ମୂର୍ତ୍ତି

ସମସ୍ତେ ଭିନ୍ନକ୍ଷମ ହୋଇଥିବାରୁ ସେମାନଙ୍କୁ ମୋବାଇଲର ଆବଶ୍ୟକତା ରହିଛି  । ଏପଟେ ହଷ୍ଟେଲ୍‌ ବାହାରେ କିଛି ବ୍ୟାଗ୍‌ ସମେତ ଡ୍ରେସ୍ ମଧ୍ୟ ପଡ଼ିଥିବାର କହିଛନ୍ତି ଭିନ୍ନକ୍ଷମ ଛାତ୍ରୀ । ଏନେଇ ସକାଳ ସମୟରେ ରୁମ୍ ଦେଖିଲା ବେଳକୁ ୧୨ ଜଣଙ୍କ ରୁମ୍‌ରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି । କିନ୍ତୁ ବିଶ୍ୱବିଦ୍ୟାଳୟରେ ସମସ୍ତ ହଷ୍ଟେଲରେ ସିସିଟିଭି ଲାଗିଥିବା ବେଳେ ଏହି ଅସୀମା ହଷ୍ଟେଲରେ ସିସିଟିଭି ଲାଗିନାହିଁ । ଏହାକୁ ନଜର ରଖି ହଷ୍ଟେଲରୁ ଚୋରି ହୋଇଛି । ଅନ୍ୟପଟେ ରମାଦେବୀ ମହିଳା ବଶ୍ଵବିଦ୍ୟାଳୟ ହୋଇଥିବାରୁ କିଭଳି ଭାବରେ ଜଣେ ବାହାର ଲୋକ କ୍ୟାମ୍ପସ ଡେଇଁ ହଷ୍ଟେଲ ମଧ୍ୟରୁ ଚୋରି କରିନେବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.