ଥାଲେସେମିଆ ରୋଗର ସଚେତନତା ପାଇଁ ଆଗେଇ ଆସିଲେ ଛାତ୍ରୀ - ଥାଲେସେମିଆ ରୋଗ
🎬 Watch Now: Feature Video
ବ୍ରହ୍ମପୁର:ଥାଲେସେମିଆ ରୋଗକୁ ନେଇ ବ୍ୟାପକ ସଚେତନତା ପାଇଁ ଆଗେଇ ଆସିଲେ ଛାତ୍ରୀ । ଦେଶରେ ଦିନକୁ ଦିନ ଥାଲେସେମିଆ ରୋଗରେ ବହୁ ମାତ୍ରାରେ ଶିଶୁ ମାନେ ଆକ୍ରାନ୍ତ ହେଉଛନ୍ତି । ଏଭଳି ସମୟରେ ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା କରିବା ପାଇଁ ଆଗେଇ ଆସିଛନ୍ତି ବ୍ରହ୍ମପୁରର ଜଣେ ବିଦ୍ୟାର୍ଥୀ ଶ୍ରମିକା ମିଶ୍ର । ସହରର ଖଲ୍ଲିକୋଟ କନିଷ୍ଠ ମହାବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରତ୍ୟେକ ବିବାହ ପୂର୍ବରୁ ଉଭୟ ଯୁବକ ଓ ଯୁବତୀ ଜାତକ ମିଳନ ନକରି ପ୍ରଥମେ ରକ୍ତ ପରୀକ୍ଷା କରାନ୍ତୁ ବୋଲି ଛାତ୍ରୀ ଶ୍ରମିକା ଓ ତାଙ୍କ ପରିବାର ବର୍ଗ ସଚେତନ କରିବା ସହିତ ପ୍ରତ୍ୟେକ ଏନେଇ ନିଜେ ସଚେତନତା ହେବା ସହିତ ନିଜ ପରିବାରକୁ ସଚେତନ କରିବାକୁ ଆହ୍ୱାନ କରାଯାଇଛି ।
ଇଟିଭି ବାରତ, ବ୍ରହ୍ମପୁର
Last Updated : Feb 3, 2023, 8:29 PM IST