WATCH: ମଝି ଆକାଶରେ ବିମାନର ଏମରଜେନ୍ସି ଡୋର୍ ଖୋଲିଲେ ଯୁବକ, ୧୨ ଆହତ - ସାଉଥ କୋରିଆ
🎬 Watch Now: Feature Video
ସିଓଲ (ଦକ୍ଷିଣ କୋରିଆ): ମଝି ଆକାଶରେ ବିମାନ ଉଡୁଥିବା ବେଳେ ଖୋଲିଗଲା ଜରୁରୀକାଳୀନ ଡୋର୍ । ଆଉ ହୁ ହୁ ହୋଇ ବିମାନ ମଧ୍ୟକୁ ପଶି ଆସିଲା ପବନ । ଜଣେ ଯୁବକଙ୍କ ଏଭଳି କାର୍ଯ୍ୟ ଯୋଗୁଁ ୧୨ଜଣ ଯାତ୍ରୀ ଆହତ ହୋଇଛନ୍ତି । ଦ୍ରୁତ ଗତିରେ ପବନ ମାଡ଼ ହେବାରୁ କିଛି ଯାତ୍ରୀଙ୍କୁ ଶ୍ବାସକ୍ରିୟାରେ କଷ୍ଟ ହୋଇଥିବା ବେଳେ ଆହତଙ୍କ ମଧ୍ୟରୁ ୯ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ସାଉଥ କୋରିଆର ଅଧିକାରୀ ଜଣେ ଅଜଣା ଯୁବକଙ୍କୁ ଗିରଫ କରିଛି । ଏହି ଘଟଣା ଏସିଆନ ଏୟାର ଲାଇନ୍ସ A321ରେ ଘଟିଛି । ହେଲେ ସୌଭାଗ୍ୟବଶତଃ ଏକ ବଡ଼ ଅଘଟଣରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ବିମାନ ମଧ୍ୟ ଦକ୍ଷିଣ କୋରିଆର ଡେଗୁ ଏୟାରପୋର୍ଟରେ ସଫଳ ଅବତରଣ କରିଛି । ଏହି ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଜଣେ ଯାତ୍ରୀ ସିଟ୍ ବେଲ୍ଟ ପିନ୍ଧିଥିବା ବେଳେ ନିଜ ସିଟକୁ ଶକ୍ତ ଭାବେ ଆଉଜି ବସିଥିବା ଦେଖିବାକୁ ମିଳିଛି ।