ନବରଙ୍ଗପୁରରେ ଟେରାକୋଟା ହସ୍ତଶିଳ୍ପ ପ୍ରଦର୍ଶନୀ ଉଦଘାଟିତ - ନବରଙ୍ଗପୁରରେ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦଘାଟିତ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/09-11-2023/640-480-19985275-thumbnail-16x9-t.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Nov 9, 2023, 5:51 PM IST
ନବରଙ୍ଗପୁର: ଦୀପାବଳିରେ ମାଟିର ଦୀପ ସହ ଅନ୍ୟାନ୍ୟ ସାମଗ୍ରୀ ବ୍ୟବହାର କରି ଲୋକାଲ ଫର ଭୋକାଲ ହେବା ସହ ଆତ୍ମନିର୍ଭର ଭାରତ ଗଠନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆହ୍ୱାନ ଦେଇଥିଲେ । ଏହି କ୍ରମରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ । ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସହରରେ ଏକ ଟେରାକୋଟା ହସ୍ତଶିଳ୍ପ ପ୍ରଦର୍ଶନୀ ଆରମ୍ଭ କରାଯାଇଛି । ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଏହି ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ । ଏହି ପ୍ରଦର୍ଶନୀରେ ଜିଲ୍ଲାର ୩ଟି ଗାଁ ତଣ୍ଡା ଗୁଡା, ଡ଼ଙ୍ଗରୀ ଗୁଡା ଓ ଖାତିଗୁଡାର ଟେରାକୋଟା ପ୍ରଡ୍ୟୁସର ଗ୍ରୁପ ଓ କଳାହାଣ୍ଡି ଜିଲ୍ଲାର ଧନପୁର ଗ୍ରାମର ଗୋଟିଏ ଉତ୍ପାଦକ ସଙ୍ଘ ଅଂଶ ଗ୍ରହଣ କରିଛନ୍ତି । ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ସେମାନେ ପ୍ରଦର୍ଶିତ କରିଛନ୍ତି ।
ସେପଟେ ଆଉ ଦୁଇ ଦିନ ପରେ ଦୀପାବଳି ଥିବାରୁ ନବରଙ୍ଗପୁର ତଥା ଆଖ ପାଖ ଅଞ୍ଚଳର ଲୋକେ କୁମ୍ଭାର ମାନଙ୍କ ଦ୍ଵାରା ପ୍ରସ୍ତୁତ ଟେରାକୋଟା ସାମଗ୍ରୀ ଓ ମାଟି ଦୀପ ଯେପରି ସହଜ ଓ ସୁବିଧାରେ ପାଇପାରିବେ ସେନେଇ ବ୍ୟବସ୍ଥା କରାଯାଇଛି । ଓରମାସ ସହଯୋଗରେ ପ୍ରଥମ ଥର ପାଇଁ ଦୀପାବଳି ସମୟରେ ଏହି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିବାରୁ କାରିଗର ମାନେ ବେଶ ଖୁସି ବ୍ୟକ୍ତ କରିଛନ୍ତି । ଜିଲ୍ଲାର କୁମ୍ଭାର କାରିଗର ମାନଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀର କେବଳ ଜିଲ୍ଲା ନୁହେଁ ଅନ୍ୟ ଜିଲ୍ଲା ବିଶେଷତଃ ପଡୋଶୀ ଛତିଶଗଡ଼ରେ ଚାହିଦା ଅଧିକ ରହିଛି । ତେବେ ଏପରି ପ୍ରଦର୍ଶନୀ ଦ୍ୱାରା କାରିଗର ଅଧିକ ଲାଭବାନ ହୋଇପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାର ୩ଟି କ୍ଲଷ୍ଟରର ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଟେରାକୋଟା ସାମଗ୍ରୀ ଚଳିତ ସପ୍ତାହ ଛତିଶଗଡ଼ ରାଜ୍ୟର ଜଗଦଲପୁରକୁ ବିକ୍ରି ପାଇଁ ପଠାଯାଇଥିବା ଜଣାପଡିଛି ।
ଏହା ମଧ୍ୟ ପଢନ୍ତୁ: କୁଆଖିଆଠାରେ ଜିଲାସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦଘାଟିତ
ଇଟିଭି ଭାରତ, ନବରଙ୍ଗପୁର