thumbnail

By

Published : Apr 17, 2023, 4:15 PM IST

ETV Bharat / Videos

ରାସ୍ତା ଉପରେ ତହସିଲ କର୍ମଚାରୀ ଓ ଜିଲ୍ଲାପରିଷଦ ସଭ୍ୟ ଭିଡାଭିଡ଼ି, ଭିଡିଓ ଭାଇରଲ

ଖୋର୍ଦ୍ଧା: ରାସ୍ତା ଉପରେ ଭିଡାଭିଡ଼ି ହେଲେ ଜିଲ୍ଲା ପରିଷଦ ସଭ୍ୟ ଓ ତହସିଲ ସୁପରଭାଇଜର । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଜିଲା ବୋଲଗଡ଼ ତହସିଲ ଅନ୍ତର୍ଗତ ମାଣିବନ୍ଧ ଗ୍ରାମ ପଞ୍ଚାୟତ ଦେଇ ଯାଇଥିବା ଟୀକାତାଳ କୋଦୁଅବେରେଣୀ ପୂର୍ତ୍ତ ବିଭାଗ ରାସ୍ତାରେ ପଞ୍ଚାୟତର ବିଭିନ୍ନ ଗୋଚର ଜାଗାରୁ ବେଆଇନ ଭାବେ ମୋରାମ ଆଣି ପକାଉଥିବା ମାଣିବନ୍ଧ ସରପଞ୍ଚ ଅଭିଯୋଗ କରିଥିଲେ । ଏହାପରେ ତହସିଲ ସୁପରଭାଇଜର ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଥିବା ବେଳେ ତାଙ୍କ ଉପରକୁ ଜିଲ୍ଲା ପରିଷଦ ସଭ୍ୟ କିଛି ସହଯୋଗୀଙ୍କ ସହ ମିଶି ଆକ୍ରମଣ କରିଥିବା ଭିଡିଓରେ ଦେଖିବାକୁ ମିଳିଛି ।

ସୁପରଭାଇଜରଙ୍କୁ ଘଟଣାସ୍ଥଳରେ ଉପସ୍ଥିତ ଥିବା ବୋଲଗଡ଼ ୨୭ନଂ ଜୋନର ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ୍ତ କିଶୋର ଛୋଟ୍ଟରାୟ ଓ ତାଙ୍କର କିଛି ସହଯୋଗୀ ସୁପରଭାଇଜରଙ୍କୁ ଅସଭ୍ୟ ଭାଷାରେ ଗାଳି ଦେବା ସହ ତାଙ୍କ ବେକ ମୁଣ୍ଡାକୁ ଚାପି ଧରିଥିବା ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଟୀକାତାଳ କୋଦୁଅବେରେଣି ରାସ୍ତା କାର୍ଯ୍ୟ ଠିକାଦାରଙ୍କ ସହ ମିଶି ଜିଲ୍ଲାପରିଷଦ ସଦସ୍ୟ କରୁଥିବା ଜଣାପଡ଼ିଛି । ତେବେ ଜଣେ ନିର୍ବାଚିତ ପ୍ରତିନିଧି ହୋଇ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ପ୍ରତି ଏଭଳି ଆଚରଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।  

ଏହା ବି ପଢନ୍ତୁ- ଓଲଟା ଚିତ୍ର ଆଙ୍କୁଛନ୍ତି, 7 ମିନିଟରେ ବିଜୁ ପଟ୍ଟନାୟକଙ୍କ ଚିତ୍ର ଆଙ୍କିଲେ ଆୟୁଶ

ସେହିପରି ଆଜି ମଧ୍ୟ ମାଣିବନ୍ଧ ସରପଞ୍ଚ ଓ କିଛି ଗ୍ରାମବାସୀ ବେଆଇନ ଭାବେ ବିଭିନ୍ନ ସ୍ଥାନରୁ ମାଟି ଖୋଳାଯାଉଥିବା ଅଭିଯୋଗ କରିଛନ୍ତି । ସେପଟେ ଘଟଣା ସମ୍ପର୍କରେ ବୋଲଗଡ଼ ତହସିଲଦାର କହିଛନ୍ତି ମାଣିବନ୍ଧ ସରପଞ୍ଚଙ୍କଠାରୁ ଅଭିଯୋଗ ପାଇ ସୁପରଭାଇଜରଙ୍କୁ ଘଟଣାସ୍ଥଳକୁ ପଠାଯାଇଥିଲା ତଦନ୍ତ ପାଇଁ ତେବେ ସେଠାରେ ଟିକେ ଯୁକ୍ତିତର୍କ ଲାଗିଥିଲା । କିନ୍ତୁ ଭାଇରଲ ଭିଡ଼ିଓ ସମ୍ପର୍କରେ ଅବଗତ ନଥିବା କହିଥିବା ବେଳେ ସୁପରଭାଇଜରଙ୍କଠାରୁ ଘଟଣା ସମ୍ପର୍କରେ ପୁନର୍ବାର ପଚାରି ବୁଝିବାକୁ କହିଛନ୍ତି । ସେହିପରି ଭାଇରଲ ଭିଡିଓ ସମ୍ପର୍କରେ ସେମିତି କିଛି ଘଟିନାହିଁ ବୋଲି ସଫେଇ ଦେଇଛନ୍ତି ଜିଲ୍ଲା ପରିଷଦ ସଦସ୍ୟ ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.