Scary video: ଉତ୍ତରକାଶୀରେ ଭୂସ୍ଖଳନ, ଖାଇକୁ ଖସିଲା ଟାଟା ଏସି
🎬 Watch Now: Feature Video
ଡେରାଡୁନ: ଉତ୍ତରାଖଣ୍ଡରେ ବର୍ଷା ଓ ଭୂସ୍ଖଳନ ସାଧାରଣ ଜନ ଜୀବନକୁ ବିପଦରେ ପକାଇଛି । ଉତ୍ତରକାଶୀ ଜିଲ୍ଲାରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା । ଭୂସ୍ଖଳନ ଯୋଗୁଁ ମାଟି ଅତଡ଼ା ଖସିଥିବା ବେଳେ ଏଠାରେ ଫସି ରହିଥିଲା ଏକ ଟାଟା ଏସି । ଏହାପରେ ପୁଣି ମାଟି ଅତଡା ଖସିବା ପରେ ଟାଟା ଏସିଟି ଠେଲି ହୋଇ ଖାଇକୁ ଖସିପଡ଼ିଥିବା ଦେଖିବାକୁ ମିଳିଛି । ହେଲେ ସୌଭାଗ୍ୟବଶତଃ ଟାଟା ଏସିରୁ ଓହ୍ଲାଇ ପଡ଼ିଥିଲେ ଡ୍ରାଇଭର । ଲଗାଣ ବର୍ଷା ଯୋଗୁଁ ମନେରୀ ଡ୍ୟାମ ନିକଟରେ ଗଙ୍ଗୋତ୍ରୀ ଜାତୀୟ ରାଜପଥ ବନ୍ଦ ରହିଛି । ଆଜି ସକାଳେ ମନେରୀ ଡ୍ୟାମ ନିକଟରେ ପାହାଡରୁ ପଥର ଓ ମାଟି ଅତଡା ଖସିବାରୁ ଟାଟା ଏସି ଓଲଟି ପଡି ତଳେ ପଡିଯାଇଥିଲା । ଡ୍ରାଇଭର ଗାଡିରୁ ଓହ୍ଲାଇ ନିଜ ଜୀବନ ରକ୍ଷା କରିଥିଲେ । ରାଜପଥ ସଫା କରିବାକୁ ଘଟଣାସ୍ଥଳରେ ଜେସିବି ନିୟୋଜିତ କରାଯାଇଛି । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଦେବେନ୍ଦ୍ର ପାଟୱାଲ କହିଛନ୍ତି, "ଜିଲ୍ଲାରେ ବର୍ଷା ହେତୁ ଭୂସ୍ଖଳନ ହେଉଛି । ଫଳରେ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରି ରାଜପଥକୁ ପୁଣି ଥରେ ବନ୍ଦ ରଖାଯାଇଛି । ମନେରୀ ଭାଲି ଡ୍ୟାମ ନିକଟରେ ଆବର୍ଜନା ଯୋଗୁଁ ଗଙ୍ଗୋତ୍ରୀ ରାଜପଥ ଅବରୋଧ କରାଯାଇଛି।"