କେସିଆରଙ୍କୁ ଭେଟିଲେ ଚନ୍ଦ୍ରବାବୁ ନାଇଡୁ: ପଚାରି ବୁଝିଲେ ସ୍ବାସ୍ଥ୍ୟାବସ୍ଥା

By ETV Bharat Odisha Team

Published : Dec 11, 2023, 8:09 PM IST

thumbnail

ହାଇଦ୍ରାବାଦ: ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଏବେ ହସପିଟାଲରେ । ବାଥରୁମରେ ପଡ଼ି ଆହତ ହୋଇ ହାଇଦ୍ରାବାଦର ଏକ ଘରୋଇ ହସପିଟାଲରେ ଚାଲିଛି ତାଙ୍କର ଚିକିତ୍ସା । କେସିଆରଙ୍କର ହିପ୍ ରିପ୍ଲେସମେଣ୍ଟ କରାଯାଇଛି । ଅସ୍ତ୍ରୋପଚାର ପରେ ଧିରେ ଧିରେ ସୁସ୍ଥ ହେଉଛନ୍ତି କେସିଆର । ଆଜି କେସିଆରଙ୍କୁ ହସପିଟାଲରେ ଭେଟିଛନ୍ତି ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ । ଚନ୍ଦ୍ରବାବୁ, କେସିଆରଙ୍କୁ ସାକ୍ଷାତ କରିବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । କେସିଆରଙ୍କ ଶୀଘ୍ର ସୁସ୍ଥ କାମନା କରିଛନ୍ତି ଚନ୍ଦ୍ରବାବୁ । କେସିଆର ଗତ ସାତ ତାରିଖରେ ନିଜ ଫାର୍ମହାଉସ ଇରାଭେଲ୍ଲିରେ ଗାଧୁଆ ଘରେ ପଡ଼ିଯାଇଥିଲେ। ଏଥିରେ ତାଙ୍କ କଟିଦେଶ ବା ହିପରେ ଗଭୀର ଆଘାତ ଲାଗିଥିଲା । ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଡିସେମ୍ବର ୩ ତାରିଖରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଫଳଫଳ ପ୍ରକାଶ ପାଇଥିଲା । ନିର୍ବାଚନରେ କେସିଆରଙ୍କ ବିଆରଏସ ପରାସ୍ତ ହେବା ପରେ, ସେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ପ୍ରଗତୀ ଭବନ ଛାଡ଼ି ନିଜ ଫାର୍ମ ହାଉସରେ ରହୁଥିଲେ ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.