Tattoo Man: ଦେହରେ ଆଙ୍କିଲେ ୬୩୧ ସ୍ବାଧୀନତା ସଂଗ୍ରାମୀଙ୍କ ଟାଟୁ - टैटूमैन अभिषेक गौतम की न्यूज
🎬 Watch Now: Feature Video
ଲକ୍ଷ୍ନୌ: ଯଦି ମନରେ ଦୃଢ ଇଚ୍ଛାଶକ୍ତି ଆସେ, ତେବେ ମନୁଷ୍ୟ ଜୀବନରେ କିଛି ବି କରିପାରେ । ଯେମିତି ଏଠାରେ ସାରା ଶରୀରରେ ସ୍ବାଧୀନତା ସଂଗ୍ରାମୀଙ୍କ ଚିତ୍ର ଆଙ୍କି ନିଆରା ଦେଶଭକ୍ତିର ପରିଚୟ ଦେଇଛନ୍ତି ଉତ୍ତରପ୍ରଦେଶରେ ଜଣେ ଯୁବକ । ସେ ନିଜ ଦେହରେ ଭାରତ ମାତାର ୬୩୧ ଜଣ ସ୍ବାଧୀନତା ସଂଗ୍ରାମୀଙ୍କ ଟାଟୁ ନିଜ ଦେହରେ କରିଛନ୍ତି । ଯାହାଦ୍ବାରା ସେ ଗିନିଜ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି । ସ୍ବାଧୀନତା ସଂଗ୍ରାମୀଙ୍କୁ ଏପରି ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଉତ୍ତରପ୍ରଦେଶର ଯୁବକ ଅଭିଷେକ ଗୌତମ ।
ଅଭିଷେକ ଏଯାବତ ପ୍ରାୟ ୫୫୯ କାର୍ଗିଲ ଶହୀଦଙ୍କ ଘରକୁ ଯାଇ ସେମାନଙ୍କ ପରିବାର ବର୍ଗଙ୍କୁ ସାକ୍ଷାତ କରିଛନ୍ତି । ଏଥିଲାଗି ତାଙ୍କୁ ଚଳପ୍ରଚଳିତ ଶହୀଦ ସ୍ମାରକ ବୋଲି କୁହାଯାଏ । ଅଭିଷେକ ଗୌତମ ହାପୁଡ଼ର ଅଧିବାସୀ । ସେ ବୃତ୍ତିରେ ଜଣେ ଇଣ୍ଟେରିଅର ଡିଜାଇନର । ଅଭିଷେକ ତାଙ୍କ ଶରୀରରେ ଶହୀଦମାନଙ୍କ ସହିତ ଅନେକ ମହାନ ବ୍ୟକ୍ତିଙ୍କ ନାମ, ଚିତ୍ର, ଇଣ୍ଡିଆ ଗେଟ୍ ଏବଂ ଶହୀଦଙ୍କ ସ୍ମୃତି ସ୍ମାରକୀକୁ ଟାଟୁ କରିଛନ୍ତି। ଏହି କାର୍ଯ୍ୟ ଲାଗି ଗୌତମକୁ ଦେଶର ଅନେକ ସେଲିବ୍ରିଟି ମଧ୍ୟ ତାଙ୍କୁ ସମ୍ମାନିତ କରିଛନ୍ତି ।
ସେ କାର୍ଗିଲର ଶହୀଦମାନଙ୍କ ମଧ୍ୟରୁ ଛପରା ଏକମାର ଲାନ୍ସ ନାୟକ ଅରୁଣ କୁମାର ସିଂଙ୍କ ପରିବାରକୁ ମଧ୍ୟ ଭେଟିଛନ୍ତି । ତାଙ୍କର ପରବର୍ତ୍ତୀ ଯୋଜନା ହେଉଛି ଏକମାରେ ଲାନ୍ସ ନାୟକ ଅରୁଣ କୁମାର ସିଂଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା । ପଣ୍ଡିତ ଅଭିଷେକ ଗୌତମଙ୍କ ନାମ ମଧ୍ୟ ଗିନିଜ ବୁକ୍ରେ ନିଜ ନାଁକୁ ପକ୍କା କରିଛନ୍ତି ଏବଂ ଦେଶର ଅନେକ ସେଲିବ୍ରିଟି ମଧ୍ୟ ତାଙ୍କୁ ସମ୍ମାନିତ କରିଛନ୍ତି ।