President TamilNadu Visit: ରାଷ୍ଟ୍ରପତିଙ୍କୁ ଓଡ଼ିଆ ପୁସ୍ତକ ଦେଇ ସ୍ବାଗତ କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

By

Published : Aug 5, 2023, 11:00 PM IST

thumbnail

ଚେନ୍ନାଇ: ଆଜିଠୁ ୪ ଦିନିଆ ତାମିଲନାଡୁ ଓ ପୁଡୁଚେରୀ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତେବେ ଆଜି ରାଷ୍ଟ୍ରପତି ସନ୍ଧ୍ୟା ସମୟରେ ଚେନ୍ନାଇ ଏୟାରପୋର୍ଟରେ ପହଞ୍ଚିଥିବା ବେଳେ ତାଙ୍କୁ ଓଡ଼ିଆ ଅନୁବାଦ ପୁସ୍ତକ 'ତିରୁକ୍କୁଲର' ପୁସ୍ତକ ଦେଇ ସ୍ବାଗତ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ । ତିରୁକ୍କୁରଲ ହେଉଛି ଏକ ତାମିଲ୍‌ କ୍ଲାସିକ ପୁସ୍ତକ । ଏହାକୁ ଅନେକ ଭାଷାରେ ଅନୁବାଦ କରାଯାଇଛି । ତେବେ ଏହାର ଓଡ଼ିଆ ଅନୁବାଦ ପୁସ୍ତକକୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଓଡ଼ିଆ ଝିଅ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଦେଇଛନ୍ତି । ରାଷ୍ଟ୍ରପତିଙ୍କୁ ସ୍ବାଗତ ସମୟରେ ଚେନ୍ନାଇ ଏୟାରପୋର୍ଟରେ ତାମିଲନାଡୁ ରାଜ୍ୟପାଳ ଆର.ଏନ ରବି ମଧ୍ୟ ଉପସ୍ଥିତ ଥିଲେ । ଚେନ୍ନାଇ ଅଭିମୁଖେ ଯାତ୍ରା କରିବା ପୂର୍ବରୁ ରାଷ୍ଟ୍ରପତି ମୁଦୁମଲାଇ ଟାଇଗର ରିଜର୍ଭ ନିକଟରେ ଥିବା ଥେପାକାଡୁ ହାତୀ କ୍ୟାମ୍ପ ମଧ୍ୟ ପରିଦର୍ଶନ କରିଛନ୍ତି । ହାତୀଙ୍କ ରକ୍ଷା କରିବା ସମସ୍ତେ ଦାୟିତ୍ବବାନ ହେବା ଉଚିତ ବୋଲି ରାଷ୍ଟ୍ରପତି କହିଛନ୍ତି ।  

ଏହା ବି ପଢନ୍ତୁ- ଆଜିଠୁ 4 ଦିନିଆ ତାମିଲନାଡୁ ଓ ପୁଡୁଚେରୀ ଗସ୍ତରେ ରାଷ୍ଟ୍ରପତି

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.