ତହସିଲଦାରଙ୍କୁ ଆକ୍ରମଣ ଘଟଣା, ୮ ଜଣଙ୍କୁ ବାନ୍ଧିଲା ପୋଲିସ
🎬 Watch Now: Feature Video
ଢେଙ୍କାନାଳ: ପରଜଙ୍ଗ ତହସିଲଦାର ସିରିୟଲ ସୁଭ୍ର ପଟେଲ ଓ ରାଜସ୍ବ ନିରୀକ୍ଷକ ଆଲୋକ ଲେଙ୍କାଙ୍କୁ ଆକ୍ରମଣ ଘଟଣା । ଏଥିରେ ସଂପୃକ୍ତ ଥିବା ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଏହାସହ ଗୋଟିଏ ଜେସିବି ମେସିନ, ୨ଟି ଟ୍ରାକ୍ଟରକୁ ଜବତ କଲା କାମାକ୍ଷାନଗର ପୋଲିସ । ଏନେଇ ସୂଚନା ଦେଲେ ଢେଙ୍କାନାଳ ଏସପି ଜ୍ଞାନ ରଞ୍ଜନ ମହାପାତ୍ର । ସୂଚନା ମୂତାବକ ଗତକାଲି(ଶୁକ୍ରବାର) ପଥରଖମ୍ବ ଗ୍ରାମ କେନାଲ ନିକଟରେ ଥିବା ଏକ ସରକାରୀ ଜମିରୁ ବେଆଇନ ଭାବେ ମାଟି ଖୋଳୁଥିବା ବେଳେ ଖବର ପାଇ ତହସିଲଦାର ପ୍ରଥମେ ଘଟଣା ସ୍ଥଳରେ ପହଞ୍ଚି ମାଟି ଉଠାଇବାକୁ ବାରଣ କରିଥିଲେ ।
ସେ ନିଜ ମୋବାଇଲରେ ଫଟୋ ଉଠାଇବା ବେଳେ ସେଠାରେ ଉପସ୍ଥିତ ଥିବା ମାଫିଆମାନେ ତହସିଲଦାରଙ୍କ ଉପରେ ଅତର୍କିତ ଭାବରେ ଆକ୍ରମଣ କରିଥିଲେ । ଖବର ପାଇ ରାଜସ୍ବ ନିରୀକ୍ଷକ ଓ କନିଷ୍ଠ କିରାଣୀ ପହଞ୍ଚି ଥିବା ବେଳେ ତାଙ୍କୁ ମଧ୍ୟ ମାଫିଆମାନେ ଆକ୍ରମଣ କରିଥିଲେ । ମାଫିଆ ମାନେ ଆକ୍ରମଣ ତହସିଲଦାର ଗୁୁରୁତର ଭାବେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରବର୍ତ୍ତୀ ସମୟରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପ୍ରଥମେ ୨ ଜଣଙ୍କୁ ଗିରଫ କରିଥିବା ବେଳେ ପରେ ଆଉ ୬ ଜଣଙ୍କୁ ଗିରଫ କରିଥିବା ଏସପି ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ଢେଙ୍କାନାଳ