thumbnail

By

Published : Jul 25, 2023, 10:17 PM IST

ETV Bharat / Videos

Swachh Survekshan 2023: ଭୁବନେଶ୍ବର ସପକ୍ଷରେ ମତାମତ ଦେବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ୨୦୨୩ ସ୍ବଛ ସର୍ବେକ୍ଷଣରେ ଭୁବନେଶ୍ବର ସପକ୍ଷରେ ମତାମତ ଦେବା ପାଇଁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଏନେଇ ଏକ ଭିଡିଓ ବାର୍ତ୍ତା ଜାରି କରି ଭୁବନେଶ୍ବର ବାସିନ୍ଦାଙ୍କଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ‘‘ଭୁବନେଶ୍ବରର ପ୍ରିୟ ଭାଇ ଓ ଭଉଣୀମାନଙ୍କୁ ନମସ୍କାର । ରାଜଧାନୀର ବିକାଶ ଧାରାକୁ ଆଗେଇ ନେବାରେ ଆପଣମାନେ ସବୁବେଳେ ସହଯୋଗ କରିଆସିଛନ୍ତି। ବିଶେଷ ଭାବେ ସହରକୁ ଏକ ସ୍ଵଛ ଓ ସୁନ୍ଦର ସହର ଭାବରେ କରିବା ପାଇଁ ସବୁ ସମୟରେ ସହଯୋଗ କରିଆସିଛନ୍ତି। ମନ୍ଦିର ମାଳିନୀ ସ୍ପୋର୍ଟ ହବ (sports hub) ସ୍ଵଛ ଓ ସୁନ୍ଦର ଓ ଐତିହାସିକ ସହର ଭାବେ ଭୁବନେଶ୍ବର ସାରା ବିଶ୍ବରେ ଜଣାଶୁଣା। ଯାହା ଆପଣମାନଙ୍କ ପାଇଁ ସମ୍ଭବ ହୋଇଛି । ଏହାକୁ ନେଇ ଏଥର ଆମ ଭୁବନେଶ୍ବର ସ୍ବଚ୍ଛ ସର୍ବେକ୍ଷଣର ପ୍ରତିଯୋଗିତାରେ ଭାଗ ନେଇଛି । ଭୁବନେଶ୍ବର ର ନାଗରିକ ଭାବରେ ମୁଁ ତ ସହରର ସ୍ବଛତାକୁ ନେଇ ମତାମତ ବା feedback ଦେଇଛି। ଆପଣବି ଆସନ୍ତୁ ଏହି ମତାମତ ପର୍ବରେ ସାମିଲ ହୋଇ ଭୁବନେଶ୍ବର ର ସ୍ବଛତା ଉପରେ ମତାମତ ଦିଅନ୍ତୁ । ଆଉ ସହରକୁ ସ୍ବଛତାର ସର୍ବଶ୍ରେଷ୍ଠରେ ପହଁଚାନ୍ତୁ । କାରଣ ଆପଣଙ୍କର ଛୋଟ ମତାମତ ଆମ ପ୍ରିୟ ସହରକୁ ବିଶ୍ବରେ ସର୍ବାଗ୍ରେ ରଖିବ। ଏନେଇ http://sbmurban.org/feedback କୁ ଯାଇ ସବୁଜ ସୁନ୍ଦର ଭୁବନେଶ୍ବର ସପକ୍ଷରେ ମତ ଦିଅନ୍ତୁ ବୋଲି ଅନୁରୋଧ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.