ଗଜପତି ମହାରାଜାଙ୍କ ଶ୍ରୀନଅରରେ ଅନୁଷ୍ଠିତ ସୁନିଆ ଉତ୍ସବ

By

Published : Sep 7, 2022, 10:22 PM IST

Updated : Feb 3, 2023, 8:27 PM IST

thumbnail
ପୁରୀ: ଗଜପତି ମହାରାଜାଙ୍କ ଶ୍ରୀନଅରରେ ଅନୁଷ୍ଠିତ ହୋଇଛି ପବିତ୍ର ସୁନିଆ ଉତ୍ସବ । ଆଜିଠାରୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆରମ୍ଭ ହୋଇଛି 1430 ସାଲ 65 ଅଙ୍କର ପ୍ରବେଶ । ଆଜିଠାରୁ ଗଜପତି ମହାରାଜାଙ୍କର 65 ଅଙ୍କର ପ୍ରଚଳନ ହୋଇଚି । କନକଦୂର୍ଗା, ଶ୍ୟାମାକାଳୀ, ରାଧାକୃଷ୍ଣ ,ନୃସିଂହ ଆଦି ଦେବା ଦେବୀଙ୍କୁ ପୂଜାର୍ଚ୍ଚନା କରିଥିଲେ ଗଜପତି ମହାରାଜ। ଗଜପତିଙ୍କ ଉପସ୍ଥିତିରେ ଶ୍ରୀନଅର ଅଙ୍କ କଟା ନିତି ସମ୍ପାଦନ କରାଯାଇଛି । ରାଜଗୁରୁଙ୍କ ଉପସ୍ଥିତିରେ ବରାହ ନୃସିଂହ, ଲକ୍ଷ୍ମୀ ନୃସିଂହ ଆଦି ଦେବା ଦେବୀଙ୍କ ଚିହ୍ନ ଥିବା ମୁଦ୍ରାକୁ ନଅର କରଣ ପ୍ରଚଳନ କରାଇବା ସହ ଗଜପତି ମହାରାଜ ଏହାକୁ ଘୋଷଣା କରିଛନ୍ତି । ଇଟିଭି ଭାରତ, ପୁରୀ
Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.