ଉତ୍ତରକାଶୀ ଟନେଲ ଟ୍ରାଜେଡି, ଶ୍ରମିକଙ୍କ ଉଦ୍ଧାର ପାଇଁ ବାଲୁକା କଳା ମାଧ୍ୟମରେ ଶିଳ୍ପୀଙ୍କ ପ୍ରାର୍ଥନା - ବାଲୁକା କଳା ମାଧ୍ୟମରେ ଶିଳ୍ପୀଙ୍କ ପ୍ରାର୍ଥନା
🎬 Watch Now: Feature Video
Published : Nov 22, 2023, 6:03 AM IST
ପୁରୀ: ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲରେ ୪୧ ଜଣ ଶ୍ରମିକ ଫସି ରହିବା ଘଟଣାକୁ ଇତିମଧ୍ୟରେ ୯ ଦିନ ବିତି ସାରିଲାଣି । ହେଲେ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ପାରୁନାହିଁ । ଭାରତ ସରକାର ଉଦ୍ଧାର ପାଇଁ ବ୍ୟାପକ ଚେଷ୍ଟା ଚଳାଇଛନ୍ତି । ତେବେ ଟନେଲରେ ଫସି ରହିଥିବା ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ନେଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏହି ଅବସରରେ ସୁଦର୍ଶନ ଏକ ବାଲୁକା ଚିତ୍ରକଳା କରି ଏହି ବାର୍ତ୍ତା ଦେଇଛନ୍ତି । ପୁରୀ ବେଳାଭୂମିରେ ସୁଦର୍ଶନ ଟନେଲର ଏକ ପ୍ରତିକୃତି ବାଲିରେ ନିର୍ମାଣ କରିଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏକ ପ୍ରତିମୂର୍ତ୍ତିକୁ ଏଠାରେ ସ୍ଥାନ ଦେଇ ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ନେଇ ପ୍ରାର୍ଥନା କରିଛନ୍ତି । ସେପଟେ ଆଜି ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ ଏକ ପାଇପ ଉତ୍ତରକାଶୀ ଯାଇଛି । ଏହି ପାଇପ ଦେଇ ବାହାରକୁ ବାହାରିବେ ଫସିଥିବା ୪୧ ଜଣ ଶ୍ରମିକ ।
ଏହା ବି ପଢନ୍ତୁ- ଉତ୍ତରକାଶୀ ଟନେଲ ଦୁର୍ଘଟଣା: ରାଉରକେଲାର ଷ୍ଟିଲ ପାଇପରେ ଉଦ୍ଧାର ହେବେ ଶ୍ରମିକ, ଚାଲିଛି ଏୟାରଲିଫ୍ଟ
ଇଟିଭି ଭାରତ, ପୁରୀ