thumbnail

By ETV Bharat Odisha Team

Published : Aug 22, 2023, 8:53 PM IST

ETV Bharat / Videos

Chandrayaan-3: କାଉଣ୍ଟଡାଉନ ଆରମ୍ଭ, ବାଲୁକା ଚିତ୍ରକଳାରେ ଶୁଭକାମନା

ପୁରୀ: ଭାରତ କିଛି ଘଣ୍ଟା ପରେ ହାସଲ କରିବାକୁ ଯାଉଛି ଐତିହାସିକ ସଫଳତା । ଭାରତର ୩ୟ ମୁନ୍‌ ମିଶନ ଚନ୍ଦ୍ରଯାନ-୩ର ସଫଳ ଅବତରଣ ଲାଗି ସମସ୍ତେ ଆଶାବାଦୀ । ତେବେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ଲାଗି ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ବୁଧବାର ସନ୍ଧ୍ୟା ପ୍ରାୟ ୬ଟା ୪ ମିନିଟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ବିକ୍ରମ ଲ୍ୟାଣ୍ଡର । ଏହାକୁ ନେଇ ବାଲୁକାକଳା ମାଧ୍ୟମରେ ଇସ୍ରୋକୁ ଶୁଭକାମନା ଜଣାଇଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକାକଳା ଅନୁଷ୍ଠାନ । ଚନ୍ଦ୍ରଯାନ- ୩କୁ ମଧ୍ୟ ଶୁଭକାମନା ଜଣାଇଛନ୍ତି । ପୁରୀ ନିଳାଦ୍ରୀ ବେଳାଭୂମିରେ ପ୍ରାୟ ୧୦ ଟନ୍ ବାଲିରେ ୧୫ଫୁଟ୍ ଲମ୍ବ ଓ ୧୦ଫୁଟ ଉଚ୍ଚତାର ଏହି ଆକର୍ଷଣୀୟ ବାଲୁକାକୃତି ନିର୍ମାଣ କରିଛନ୍ତି । ଏଥିରେ ଚନ୍ଦ୍ରାୟନ-୩ କକ୍ଷପଥ ଅତିକ୍ରମ କରି କିଭଳି ଚନ୍ଦ୍ରରେ ଅବତରଣ କରିବ ତାହାର ନିଖୁଣ ବାଲୁକାକୃତି ପ୍ରଦର୍ଶିତ କରାଯାଇଛି ।

ଏହା ବି ପଢନ୍ତୁ- Chandrayaan 3 Mission: ଲ୍ୟାଣ୍ଡର ବିକ୍ରମର ସଫଳ ଲ୍ୟାଣ୍ଡି ପାଇଁ ପୂଜାର୍ଚ୍ଚନା

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.