Merry Christmas: ଗୋପାଳପୁର ବେଳାଭୂମିରେ 1.5 ଟନ ଟମାଟୋରେ ସାଣ୍ଟାକ୍ଲଜ କଲେ ସୁଦର୍ଶନ - ଗୋପାଳପୁର ବେଳାଭୂମିରେ ଟମାଟୋ ସାଣ୍ଟାକ୍ଲଜ

🎬 Watch Now: Feature Video

thumbnail

By

Published : Dec 25, 2022, 9:49 AM IST

Updated : Feb 3, 2023, 8:36 PM IST

ବ୍ରହ୍ମପୁର: ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ବଡ ପର୍ବ ଖ୍ରୀଷ୍ଟମାସ ବା ବଡଦିନ । ଖ୍ରୀଷ୍ଟମାସ ପାଳନ ଅବସରରେ ଗୋପାଳପୁର ବେଳାଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ରକଳା ପ୍ରସ୍ତୁତ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସେ ଟମାଟୋରେ ସାଣ୍ଟାକ୍ଲଜଙ୍କ ଏକ ସୁନ୍ଦର ବାଲୁକା ଚିତ୍ରକଳା ତିଆରି କରି ସମସ୍ତଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଛନ୍ତି । ଏଥିରେ ପ୍ରାୟ ୧.୫ ଟନ୍ ଟମାଟୋ ବ୍ୟବହାର ହୋଇଛି । ଆଉ ଏହାକୁ ପ୍ରସ୍ତୁତ କରିବାରେ ପ୍ରାୟ ୧୮ ଘଣ୍ଟା ସମୟ ଲାଗିଥିଲା ‌। ବାଲୁକା ଶିଳ୍ପୀ ଟମାଟୋ ସହ ବିଭଇନ୍ନ ରଙ୍ଗର ବ୍ୟବହାର କରିଛନ୍ତି । ୨୨ ବର୍ଷ ପରେ ଗୋପାଳପୁର ବେଳାଭୂମିକୁ ଆସି ବେଳାଭୂମିରେ ଏଭଳି ଚିତ୍ରକଳା କରି ବେଶ ଖୁସି ଲାଗିଥିବା କହିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ,ପିଡି ଡିଆରଡିଏ, ବ୍ରହ୍ମପୁର ଉପ ଜିଲ୍ଲାପାଳ, ବିଏମସି କମିଶନରଙ୍କ ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଇଟିଭି ଭାରତ, ବ୍ରହ୍ମପୁର
Last Updated : Feb 3, 2023, 8:36 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.