Watch: ‘ଆଦିତ୍ୟ ଏଲ୧' ମିଶନର ସଫଳତା ପାଇଁ ଡେରାଡୁନରେ ସୂର୍ଯ୍ୟ ନମସ୍କାର - ସଫଳତା ପାଇଁ ଡେରାଡୁନରେ ସୂର୍ଯ୍ୟ ନମସ୍କାର
🎬 Watch Now: Feature Video
Published : Sep 2, 2023, 12:48 PM IST
ଡେରାଡୁନ: ଇତିହାସ ରଚିଲା ଇସ୍ରୋ । ଶ୍ରୀହରିକୋଟା ସ୍ପେସ ସେଣ୍ଟରରୁ ଉତକ୍ଷେପଣ ହେଲା ‘ଆଦିତ୍ୟ ଏଲ୧' । ପିଏସଏଲଭି-ସି୫୭ରେ ‘ଆଦିତ୍ୟ ଏଲ୧’ର ଉତ୍କ୍ଷେପଣ କରାଯାଇଛି । ‘ଆଦିତ୍ୟ ଏଲ୧’କୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ୧୨୫ ମାସ ସମୟ ଲାଗିବ । ତେବେ ଏହାର ସଫଳତାକୁ ନେଇ ସାରା ଦେଶ ପ୍ରାର୍ଥନା କରିଛି । ଏହାରି ମଧ୍ୟର ଉତ୍ତରାଖଣ୍ଡରେ ‘ଆଦିତ୍ୟ ଏଲ୧’ର ସଫଳତା ପାଇଁ ସୂର୍ଯ୍ୟ ନମସ୍କାର ସହିତ ଡୁନ୍ ଯୋଗ ପୀଠର କେନ୍ଦ୍ରରେ ଆଧ୍ୟାତ୍ମିକ ଗୁରୁ ଆଚାର୍ଯ୍ୟ ବିପିନ ଯୋଶୀଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ପ୍ରାର୍ଥନା କରାଯାଇଥିଲା। ପ୍ରକାଶ ଥାଉକି, ସୌରଜଗତର ସବିଶେଷ ତଥ୍ୟ ହାସଲ କରିବା ପାଇଁ ଆଦିତ୍ୟ L1କୁ ବିକଶିତ କରାଯାଇଛି । ଏହି ଯାନ ପ୍ରାୟ ୪ ମାସ ପରେ ମହାକାଶର L1 ବା ଲାଗ୍ରାଞ୍ଜ ପଏଣ୍ଟ-1ରେ ପହଞ୍ଚିବ । L1 କକ୍ଷପଥରୁ ସୂର୍ଯ୍ୟଙ୍କ ବାହ୍ୟସ୍ତର (କରୋନା) ଓ କ୍ରୋମୋସଫିର ଉପରେ ଅଧ୍ୟୟନ କରାଯିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।
ଏହା ମଧ୍ୟ ପଢନ୍ତୁୃ-Aditya L1 Mission: ଆଦିତ୍ୟ L1ର ସଫଳ ଉତକ୍ଷେପଣ, ଖୋଲିବ ସୂର୍ଯ୍ୟ ରହସ୍ୟ