କାହିଁକି ସିଏମସିକୁ ମିଳିଲା କମୋଡ଼ ଗିଫ୍ଟ ? - Toilet problem in cuttack
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Nov 8, 2023, 6:20 PM IST
କଟକ: କଟକରେ ସୁବାସ ସଙ୍ଗଠନ ପକ୍ଷରୁ ଭିନ୍ନ ଧରଣର ପ୍ରତିବାଦ ଦେଖିବାକୁ ମିଳିଛି । ହାତରେ କମୋଡ଼ ଧରି ସିଏମସି କାର୍ଯ୍ୟଳୟ ସାମ୍ନାରେ ପ୍ରତିବାଦ କରିଛନ୍ତି ସଙ୍ଗଠନ ସଦସ୍ୟ । ସହରରେ ଦୀର୍ଘଦିନ ଧରି ଶୌଚାଳୟ ବନ୍ଦ ପଡ଼ିଥିବାରୁ ଏଭଳି ଅଭିନବ ପ୍ରତିବାଦ କରିଛନ୍ତି ସୁବାଷ ସଙ୍ଗଠନ । ସିଏମସିର ବେପରୁଆ ନୀତି ପାଇଁ ଆଜି କଟକ ଅବହେଳିତ ବୋଲି ଅଭିଯୋଗ କରିଛି ସଙ୍ଗଠନ । ହକି ବିଶ୍ୱକପ ସମୟରେ ସହରର ରିଙ୍ଗ ରୋଡରେ 4 ଟି ଶୌଚାଳୟ ନିର୍ମାଣ କରାଯାଇଥିଲା । ଯାହାର ଅଟକଳ ବ୍ୟୟ ରହିଥିଲା ୧ କୋଟି ଟଙ୍କା । ହେଲେ ନିର୍ମାଣର ବର୍ଷେ ପୁରିବାକୁ ବସିଲାଣି ହେଲେ ଏଯାବତ ଶୌଚାଳୟ କାର୍ଯ୍ୟକ୍ଷମ ହେବାର ନାଁ ନେଉନାହିଁ । ଆଗକୁ ବାଲିଯାତ୍ରା ଆସୁଛି । ସେହି ସମୟରେ କଟକରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବ । ତେଣୁ ପରିମଳ ଦୃଷ୍ଟି କୋଣରୁ ଏହି ଶୌଚାଳୟକୁ ଶୀଘ୍ର ଖୋଲିବା ପାଇଁ ଦାବି କରିଛି ସଙ୍ଘଠନ ।
ପୂର୍ବରୁ ସଙ୍ଘଠନ ପକ୍ଷରୁ ବାଲଟି ମଗ ଅଭିଯାନ, ଏହାପରେ ଶୌଚାଳୟ ବସ୍ତୁପୂଜା ମଧ୍ୟ କରିଥିଲା ସୁବାସ ସଙ୍ଗଠନ । ହେଲେ ଦୁର୍ଭାଗ୍ୟର ବିଷୟ ଏହି ଦିଗରେ ସିଏମସି ତିଳେ ମାତ୍ର କର୍ଣ୍ଣପାତ କରିନଥିଲା ।ତେଣୁ ଏନେଇ ଆଜି ଶୌଚାଳୟ କମୋଡ଼ ସିଏମସି ଆଗରେ ରଖି ପ୍ରତିବାଦ କରିଛି ସୁବାସ ସଙ୍ଗଠନ । ଅନ୍ୟପଟେ ସିଏମସି ଏହି ଦିଗରେ ରହିଛି ସ୍ପଷ୍ଟୀକରଣ । ମେୟର ସୁବାସ ସିଂ କହିଛନ୍ତି, "ଯେଉଁମାନେ ଏଭଳି ଢଙ୍ଗରେ ଆନ୍ଦୋଳନ ପନ୍ଥା ଆପଣାଉଛନ୍ତି, ସେମାନେ କେବେବି କଟକର ଗଠନ ମୂଳକ କାର୍ଯ୍ୟରେ ସାହାଯ୍ୟ କରନ୍ତି ନାହାନ୍ତି । କେବଳ ବ୍ୟକ୍ତିଗତ ପରିଚୟ ସୃଷ୍ଟି କରିବା ଏହି ସଙ୍ଘଠନ ମାନଙ୍କର କାମ ।ଯେଉଁ ଶୌଚାଳୟ ନିର୍ମାଣ ହେଉଛି ତାହା ଶୀଘ୍ର କାର୍ଯ୍ୟକ୍ଷମ ହେବ । ଯାହାର ସୁବିଧା ସୁଯୋଗ କଟକବାସୀ ଉଠାଇବେ ।"
ଏହା ମଦ୍ୟ ପଢନ୍ତୁ.....ଗୋବିନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ନାଏବ ସରପଞ୍ଚ ଓ ଓ୍ବାର୍ଡ ସଭ୍ଯ
ଇଟିଭି ଭାରତ,କଟକ