thumbnail

Watch: ଅଷ୍ଟମ ପାସ ପରେ ଭାବବିହ୍ବଳ ହେଲେ ଛାତ୍ରଛାତ୍ରୀ, ଭିଡିଓ ଭାଇରାଲ

By

Published : Mar 27, 2023, 9:57 PM IST

ପାଟନା: ଅଷ୍ଟମ ପାସ କରିବା ପରେ ଭାବବିହ୍ବଳ ହୋଇପଡ଼ିଲେ ଛାତ୍ରଛାତ୍ରୀ । ବିହାରର ଜମୁଇ ଅଞ୍ଚଳର ଏକ ବିଦ୍ୟାଳୟରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀ ଜୋରରେ କାନ୍ଦୁଥିବା ବେଳେ ତାଙ୍କୁ ବୁଝାଇଛନ୍ତି ଶିକ୍ଷକ । ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ ଉକ୍ତ ବିଦ୍ୟାଳୟର ଶିକ୍ଷକ ରଞ୍ଜିତ କୁମାରଙ୍କ ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଭଲ ସମ୍ପର୍କ ରହିଥିଲା । ଅଷ୍ଟମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହେବା ପରେ ଛାତ୍ରଛାତ୍ରୀ ଅଧିକ ପାଠ ପଢିବା ଲାଗି ହାଇସ୍କୁଲକୁ ଯିବାର ରହିଥିଲା । ଏହା ପୂର୍ବରୁ ସେମାନେ ନିଜର ପ୍ରିୟ ଶିକ୍ଷକଙ୍କୁ ଭେଟିଥିଲେ । ଏହି ସମୟରେ ସେମାନେ ନିଜର ଲୁହକୁ ଅଟକାଇ ପାରିନଥିଲେ । ବିଦ୍ୟାଳୟ ଛାଡୁଥିବାରୁ ସେମାନେ କାନ୍ଦୁଥିବା ଦେଖିବାକୁ ମିଳିଥିଲା । ଗତ ୮ବର୍ଷ ଧରି ଏହି ଛାତ୍ରଛାତ୍ରୀଙ୍କୁ ରଞ୍ଜିତ ପାଠ ପଢାଇ ଆସୁଥିବା ବେଳେ ଏବେ ସେମାନେ ବିଦ୍ୟାଳୟ ଛାଡୁଥିବାରୁ ଭାବବିହ୍ବଳ ହୋଇପଡ଼ିଥିବା ସେ କହିଛନ୍ତି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.