ETV Bharat / state

ଶାବର ଶ୍ରୀକ୍ଷେତ୍ରରେ ମକର ସଂକ୍ରାନ୍ତି, ଜୟପୁରରେ ପୁଷ ପୁନେଇଁ - MAKAR SANKRANTI

ମକର ସଂକ୍ରାନ୍ତିରେ ଶାବର ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ । ଜୟପୁରବାସୀ ପାଳିଲେ ପୁଷ ପୁନେଇଁ । ଆଦିବାସୀଙ୍କ ପାରମ୍ପରିକ ନୃତ୍ୟରେ କମ୍ପିଲା କୋରାପୁଟ ।

Koraput Sabar Srikhetra
Koraput Sabar Srikhetra (ETV Bharat Odisha)
author img

By ETV Bharat Odisha Team

Published : Jan 14, 2025, 9:35 PM IST

କୋରୀପୁଟ: ପବିତ୍ର ପୌଷ ପୂର୍ଣ୍ଣିମା ତଥା ମକର ସଂକ୍ରାନ୍ତି ଅବସରରେ ଚଳଚଞ୍ଚଳ ହୋଇଉଠିଛି କୋରାପୁଟ ଜିଲ୍ଲାର ଶାଵର ଶ୍ରୀକ୍ଷେତ୍ର । ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ସେପଟେ ଜୟପୁର ସହରରେ ପୁଷ ପୁନେଇଁ ପାଳନ ଅବସରରେ ଆଦିବାସୀଙ୍କ ପାରମ୍ପରିକ ନୃତ୍ୟ ସଂଗୀତ ସହରକୁ ଉତ୍ସବ ମୁଖରିତ କରିଛି ।

  • ଶାବର ଶ୍ରୀକ୍ଷେତ୍ରରେ ମକର ସଂକ୍ରାନ୍ତି :

ଶାବର ଶ୍ରୀକ୍ଷେତ୍ରରେ ଆଜି ଭୋର 5ଟାରେ ଦ୍ଵାରଫିଟା ନୀତି ଅନୁଷ୍ଠିତ ହୋଇଥିଲା । ସକାଳ 6.05ରେ ମଙ୍ଗଳ ଆଳତି ପରେ ଅବକାଶ ନୀତି କରାଯାଇଥିଲା । ଏହାପରେ ଜଗନ୍ନାଥଙ୍କୁ ରାଜରାଜେଶ୍ୱର ବେଶରେ ଶୃଙ୍ଗାର କରାଯାଇଥିଲା । ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ମହାପ୍ରଭୁ । ଶାଵର ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଅଭିଭକ୍ତ କୋରାପୁଟ ଜିଲ୍ଲା ସମେତ ରାଇପୁର, ଛତିଶଗଡ, ଆନ୍ଧ୍ରପ୍ରଦେଶରୁ ଭକ୍ତମାନେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଭକ୍ତମାନେ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିଛନ୍ତି ।

Koraput Sabar Srikhetra (ETV Bharat Odisha)

ଏନେଇ ଶାବର ଶ୍ରୀକ୍ଷେତ୍ର ମନ୍ଦିରର ସମ୍ପାଦକ ଜଗବନ୍ଧୁ ସାମଲ କହିଛନ୍ତି, "ଆଜି ବିଧି ଅନୁସାରେ ମନ୍ଦିରରେ ମକର ସଂକ୍ରାନ୍ତି ପାଳନ ହୋଇଛି । ମକର ଚାଉଳ ଠାକୁରଙ୍କ ପାଖରେ ଭୋଗ ଲାଗି କରାଯାଇଛି । ରାଜରାଜେଶ୍ବରୀ ବେଶରେ ପ୍ରଭୁ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ବହୁ ସଂଖ୍ୟାରେ ଭକ୍ତ ମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।"

  • ଆଦିବାସୀଙ୍କ ପୁଷ ପୁନେଇଁ:

ଆଦିବାସୀଙ୍କ ପୁଷ ପୁନେଇଁ ପରମ୍ପରାକୁ ପୁନର୍ଜିବିତ କରିବା ଉଦ୍ଦେଶ୍ୟରେ କୋରାପୁଟିଆ କଳାକାର ସଂଗଠନ ପକ୍ଷରୁ ଜୟପୁର ସହରରେ ପୁଷପୁନିକୁ କଲାକାରଙ୍କ ଉତ୍ସବ ଭାବେ ପାଳନ କରାଯାଇଛି । ସେହି କ୍ରମରେ ପୁଷପୁନିର 5ମ ସଂସ୍କରଣ ଖୁବ୍ ଉତ୍ସାହ ସହକାରେ ପାଳିତ ହୋଇଥିବା ବେଳେ କଳାକାରମାନେ ବିଭିନ୍ନ ବେଶଭୁଷା ହୋଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ରାମ, କୃଷ୍ଣ, ଜଗନ୍ନାଥ, ରାବଣ, ସୀତା, ଦୁର୍ଗା, ରାଧା, ପଞ୍ଚୁ ପାଣ୍ଡବ ଆଦି ବିଭିନ୍ନ ପୌରାଣିକ ଚରିତ୍ରରେ ବହୁ କଳାକାର ସଜେଇ ହେବା ସହ ଅନେକ କଳାକାର ସାମାଜିକ ଓ ଜନଜାତି ଚରିତ୍ର ବେଶଭୂଷାରେ ସଜେଇ ହୋଇଥିଲେ । ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ସଜ୍ଜେଇ ହୋଇ ଏହି ଶୋଭାଯାତ୍ରାରେ ସାମିଲ ହୋଇ କଳାକାରଙ୍କୁ ଉତ୍ସାହିତ କରିଥିଲେ । ଦୁରୁଆ ଏବଂ ଅନ୍ୟାନ୍ୟ ଆଦିବାସୀ ଜନଜାତିଙ୍କ ପାରମ୍ପରିକ ନୃତ୍ୟରେ ଜୟପୁରର ବଡଦାଣ୍ଡ ଉଛୁଳି ଉଠିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ମକର ଭୋଗରେ ମହକୁଛି ବଡଦାଣ୍ଡ, ମହାପ୍ରଭୁଙ୍କ ଦର୍ଶନ କଲେ ହଜାର ହଜାର ଭକ୍ତ

ଏହା ମଧ୍ୟ ପଢ଼ନ୍ତୁ...ତିନିଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇଲେ ମକର ବୁଡ

ସେପଟେ ଓଡିଶା-ଆନ୍ଧ୍ର ସୀମାବର୍ତ୍ତୀ ଅଞ୍ଚଳରେ ଥିବା ନାରାୟଣପାଟଣା ଶ୍ରୀରାମ ମନ୍ଦିର ପରିସରରେ ଭୋଗି ଓ ମକର ସଂକ୍ରାନ୍ତି ଉତ୍ସବ ଏକ ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି । କଳିଙ୍ଗ ବୈଶ୍ୟ ସଂଘ ଦ୍ୱାରା ଆୟୋଜିତ ହୋଇଥିବା ଏହି ପର୍ବରେ ଅଞ୍ଚଳର ଅନେକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.