ଖୋଲୁନି ୱେବ୍ସାଇଟ, ରେଜଲ୍ଟ ଅପେକ୍ଷାରେ ଛାତ୍ରଛାତ୍ରୀ - ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ
🎬 Watch Now: Feature Video
କଟକ: ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ହେଲେ ରାଜ୍ୟ ବିଭିନ୍ନ ସ୍ଥାନରେ ପରୀକ୍ଷା ଫଳ ଦେଖିବାରୁ ବଞ୍ଚତ ହେଉଛନ୍ତି ଛାତ୍ରଛାତ୍ରୀ । ୱେବସାଇଟର ଲିଙ୍କ୍ ଖୋଲୁ ନଥିବା ବେଳେ ଛାତ୍ରଛାତ୍ରୀ ନିଜ ପରୀକ୍ଷା ଫଳ ଦେଖିପାରୁ ନାହାଁନ୍ତି । ତେବେ ଏପରି ସମସ୍ୟା କୌଣସି ଉପeନ୍ତ ଅଞ୍ଚଳରେ ନୁହେଁ ବରଂ ଟ୍ବିନ୍ ସିଟି କଟକ, ଭୁବନେଶ୍ବର ତଥା ବାଲେଶ୍ବର, ଗଞ୍ଜାମ ପରି ଜିଲ୍ଲାରେ ଦେଖିବାକୁ ମିଳିଛି । ଯାହା ଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆସନ୍ତୋଷ ଦେଖାଦେଇଛି । ସୂଚନା ଅନୁଯାୟୀ ବିଜ୍ଞାନରେ 77 ହଜାର 468 ରେଗୁଲାର ପିଲା ପାସ୍ କରିଥିବା ବେଳେ 1470 ଏକ୍ସରେଗୁଲାର ପିଲା ପାସ୍ କରିଛନ୍ତି । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ହାର ଅଧିକ ରହିଛି । ବିଜ୍ଞାନରେ ପାସ୍ ହାର 84.93% ରହିଛି । ବାଣିଜ୍ୟରେ ମୋଟ ପାସ୍ ହାର 81.12% ରହିଛି । ଉଭୟ ବାଣିଜ୍ୟ ଓ ବିଜ୍ଞାନରେ ନୟାଗଡ଼ରେ ପାସହାର ସର୍ବାଧିକ ରହିଛି ।
ଇଟିଭି ଭାରତ, କଟକ