ଅବସର ଘୋଷଣା ବେଳେ ଯୁବରାଜଙ୍କ ୬ ଛକା ମନେ ପକାଇଲେ ବ୍ରଡ, କହିଲେ ଅନେକ କିଛି ଶିଖିଲି

By

Published : Jul 30, 2023, 4:43 PM IST

thumbnail

ଲଣ୍ଡନ: ଇଂଲଣ୍ଡର କେନ୍ସିଙ୍ଗଟନ ଓଭାଲରେ ଖେଳାଯାଉଥିବା ଆସେସ୍‌ ସିରିଜ୍‌ର ପଞ୍ଚମ ତଥା ଅନ୍ତିମ ଟେଷ୍ଟର ତୃତୀୟ ଦିନରେ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ଇଂଲଣ୍ଡର ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍​ । ତୃତୀୟ ଦିନର ଖେଳ ଶେଷ ହେବାପରେ ଇଂଲଣ୍ଡ ଦଳର ମ୍ୟାଚ୍ ସମୀକ୍ଷା କରିବାକୁ ଆସିଥିବା ଷ୍ଟୁଆର୍ଟ ବ୍ରଡ ସାମ୍ବାଦିକ ସମ୍ମିଳନୀରେ ହଠାତ ଅବସର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ବ୍ରଡ୍‌ କେବଳ ଇଂଲଣ୍ଡ ନୁହେଁ, ବରଂ ବିଶ୍ବର ସବୁଠାରୁ ସଫଳ ଟେଷ୍ଟ ବୋଲରମାନଙ୍କ ମଧ୍ୟରେ ଅନ୍ୟତମ । ତେବେ ୨୦୦୭ ଟି୨୦ ବିଶ୍ବକପ୍‌ରେ ଭାରତୀୟ କ୍ରିକେଟର ଯୁବରାଜ ସିଂଙ୍କ ବ୍ରଡଙ୍କୁ ଗୋଟିଏ ଓଭର ଅର୍ଥାତ ୬ଟି ବଲରେ ୬ଟି ଛକା ମାରିଥିଲେ । ଅବସର ଘୋଷଣା ବେଳେ ଷ୍ଟୁଆର୍ଟ ବ୍ରଡ ନିଜ କ୍ରିକେଟ ଯାତ୍ରା ସମ୍ପର୍କରେ ପ୍ରକାଶ କରିଥିବା ବେଳେ ଏହି ଦିନକୁ ମଧ୍ୟ ମନେ ପକାଇଥିଲେ । ଏହି ମ୍ୟାଚ୍‌ରୁ ଅନେକ କିଛି ଶିଖିଥିବା କଥା କହିଛନ୍ତି ବ୍ରଡ । ଶୁଣନ୍ତୁ ଏନେଇ ଆଉ କଣ କହିଛନ୍ତି ବ୍ରଡ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.