ବନ୍ଧୁ ସହ ସାରସ ପକ୍ଷୀର ପୁନଃମିଳନ, କାନପୁର ପ୍ରାଣୀ ଉଦ୍ୟାନରେ ଭାବବିହ୍ବଳ ଦୃଶ୍ୟ

🎬 Watch Now: Feature Video

thumbnail

ଲକ୍ଷ୍ନୌ: 'କ୍ୟୋଁ ପେହଚାନ ଗଏ, ପେହଚାନ ଗଏ' । ଉତ୍ତରପ୍ରଦେଶ ଅମେଠି ନିବାସୀ ଆରିଫଙ୍କ ପାଟିରୁ ଏହି କିଛି ଶବ୍ଦ ଶୁଣିବା ମାତ୍ରେ କାନପୁର ପ୍ରାଣୀ ଉଦ୍ୟାନରେ ଖୁସି ଡେଣା ଝାଡିଲା ସାରସ । ଯାହାକି ପକ୍ଷୀ ଓ ମନୁଷ୍ୟ ସମ୍ପର୍କ ଓ ଅତୁଟ ସ୍ନେହର ଝଲକ ଦେଖାଇଥିଲା। ଖୁସିରେ ଝୁମି ଉଠିଥିଲା ସାରସ । ଉଦ୍ୟାନରେ ଥିବା ପକ୍ଷୀ ଖୁଆଡ଼ରେ ଥିଲା ସାରସ । ଆଉ ଯେତେବେଳେ ଲୁହା ଜାଲି ଫାଙ୍କ ମଧ୍ୟରେ ଆରିଫ ହାତ ରଖିବା ମାତ୍ରେ ଥଣ୍ଟରେ ଆଙ୍ଗୁଠିକୁ ସ୍ପର୍ଶ କରିଥିଲା ।  ବନ୍ଧୁ ସହ ସାରସ ପକ୍ଷୀର ପୁନଃମିଳନର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।  

ଏହା ବି ପଢନ୍ତୁ- ପକ୍ଷୀ-ମଣିଷର ବନ୍ଧୁତା: ଦିନକୁ 3 ଥର ଆସେ, ରୁଟି-କଦଳୀ ଖାଏ

ସୂଚନା ଥାଉ କି ଆରିଫ ଓ ସାରସଙ୍କ ବନ୍ଧୁତା ସମ୍ପର୍କରେ ଜାଣିଛି ପୁରା ଦୁନିଆ । ପୂର୍ବରୁ ମଧ୍ୟ ଏମାନଙ୍କ ବନ୍ଧୁତ୍ବକୁ ନେଇ ବେଶ ଚର୍ଚ୍ଚା ହୋଇଛି । ଏହି ଖବର ଯେତେବେଳେ ସାମ୍ନାକୁ ଆସିଥିଲା ସେତେବେଳେ ବନ ବିଭାଗ ଆରିଫଙ୍କଠୁ ସାରସ ପକ୍ଷୀକୁ ଅଲଗା କରିଦେଇଥିଲେ ।  ସେବେଠୁ କାନପୁର ପ୍ରାଣୀ ଉଦ୍ୟାନରେ ରହୁଛି ସାରସ । ଆଉ ଯେତେବେଳେ ଆଜି ଆରିଫ ନିଜ ବନ୍ଧୁକୁ ସାକ୍ଷାତ କରିବାକୁ ଯାଇଥିଲେ ସେତେବେଳେ ଖୁସିରେ ଝୁମି ଉଠିଥିଲା ସାରସ । ଆରିଫଙ୍କ ପାଟିର ଶବ୍ଦ ଶୁଣି ସେ ତାଙ୍କୁ ଚିହ୍ନିପାରିଥିଲା । ଯାହା ଦେଖଣାହାରୀଙ୍କ ଲାଗି ଥିଲା ଏକ ଅବିଶ୍ବସନୀୟ, ଅସ୍ମରଣୀୟ ମୁହୂର୍ତ୍ତ ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.