ଦର୍ଶକଙ୍କ ମନ ମୋହିଲା ବ୍ୟଙ୍ଗ କବିଙ୍କ କବିତା ଆସର

🎬 Watch Now: Feature Video

thumbnail

By

Published : Jul 22, 2023, 10:16 PM IST

ଜଗତସିଂହପୁର: ସମାଜକୁ ସତ୍ ପଥକୁ ଆଣିବାରେ ବ୍ୟଙ୍ଗ ଏକ ଅମୋଘ ଅସ୍ତ୍ର ଭାବେ ବିବେଚିନା କରାଯାଏ। ବ୍ୟଙ୍ଗ ମାଧ୍ୟମରେ ସମାଜର ସବୁବର୍ଗର ଲୋକଙ୍କୁ ନେଇ କବିତା ସଂକଳନ ଠାରୁ ଆରମ୍ଭ କରି ବ୍ୟଙ୍ଗ କଥା ମଧ୍ୟ ପ୍ରକାଶ କରାଯାଇଥାଏ । ବ୍ୟଙ୍ଗ କବିମାନଙ୍କର ବ୍ୟଙ୍ଗାତ୍ମକ ଭାଙ୍ଗିରେ କବିତା ଆବୃତି ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏହାକୁ ଉପଭୋଗ କରିଥାନ୍ତି । ଜଗତସିଂହପୁର ଜିଲ୍ଲା ସଦର ମହକୁମା ଠାରେ ଏକ ବ୍ୟଙ୍ଗ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ବ୍ୟଙ୍ଗକବି ସମ୍ମିଳନୀରେ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ବ୍ୟଙ୍ଗ କବିମାନେ ଯୋଗଦେଇ ନିଜ ନିଜର କବିତା ସଂକଳନ ପାଠ କରିଥିଲେ।  

ବ୍ୟଙ୍ଗ କବି ସମ୍ମିଳନୀରେ କବିତାର ଶୀର୍ଷକ ରହିଥିଲା ସ୍ତ୍ରୀ । ଆଜିକାଲି ସମାଜରେ ଦେଖା ଯାଉଥିବା କିଛି ସତ୍ୟ ଘଟଣା ଉପରେ କବିମାନେ ସେମାନଙ୍କ ଉଚ୍ଚ କୋଟିର କବିତା ଉପସ୍ଥାପନ କରିଥିଲେ।  ଯାହାକୁ ନେଇ ଦର୍ଶକମାନଙ୍କ ମହଲରେ ବେଶ ଆନନ୍ଦ ପରିଲକ୍ଷିତ ହୋଇଥିଲା । ଓଡ଼ିଶାର ବିଶିଷ୍ଟ କବିମାନେ ଏହି କବି ସମ୍ମିଳନୀରେ ଯୋଗ ଦେଇଥିଲେ। ବ୍ୟଙ୍ଗ ସାହିତ୍ୟ ମାଧ୍ୟମରେ ସମାଜରେ ପରିବର୍ତ୍ତନ ଅଣା ଯାଇପାରେ ବୋଲି ବ୍ୟଙ୍ଗ କବିମାନେ ମତ ପୋଷଣ କରିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.