ରାଜ୍ୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତା ଉଦଘାଟିତ

By ETV Bharat Odisha Team

Published : Sep 23, 2023, 9:56 AM IST

thumbnail

ରାଇରଙ୍ଗପୁର: ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତା ଉଦଘାଟିତ । ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଅନ୍ତର୍ଗତ ଜୟପୁର ଗ୍ରାମ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟରେ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତା ଉଦଘାଟିତ ହୋଇଛି । ଉପଜିଲ୍ଲାପାଳ ସରୋଜ କୁମାର ଦାସ କ୍ରୀଡା ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।  

      ଏହା ମଧ୍ୟ ପଢନ୍ତୁ- ରାଜଧାନୀରେ ଜାତୀୟ ହସ୍ତତନ୍ତ ମେଳା ଉଦଘାଟିତ

ଉକ୍ତ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତା ରେ ୧୪ ଓ ୧୭ ବର୍ଷ ରୁ କମ ବୟସର ନାବାଳକ ନାବାଳିକାମାନେ ଅଂଶଗ୍ରହଣ କରିବେ । ଏହା ତିନି ଦିନ ଧରି ଚାଲିବ । ଏ ନେଇ ଓଡ଼ିଶାରୁ ୧୩ ଟି ଜିଲ୍ଲା ଯଥା ଅନୁଗୋଳ, ବଲାଙ୍ଗୀର, ବାଲେଶ୍ବର, ବୌଦ୍ଧ, ଖୋର୍ଦ୍ଧା, ଝାରସୁଗୁଡ଼ା, କେନ୍ଦୁଝର, କୋରାପୁଟ, ନବରଙ୍ଗପୁର, ସମ୍ବଲପୁର, ସୁନ୍ଦରଗଡ଼, ମୟୂରଭଞ୍ଜର ୨୫୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ତେବେ ତିନି ଦିନ ଧରି ଏହି ପ୍ରତିଯୋଗିତା ଚାଲିବାକୁ ଥିବା ବେଳେ ଉତ୍ତୀର୍ଣ୍ଣ ପ୍ରତିଯୋଗୀ ମାନଙ୍କୁ ରାଜ୍ୟ ସ୍ତରରୁ ଜାତୀୟ ସ୍ତରରେ ଅଂଶଗ୍ରହଣ କରିବାକୁ ମନୋନୀତ କରାଯିବ । ତେବେ ଶୃଙ୍ଖଳାମୟ ଓ ସୁସ୍ଥ ଜୀବନର ମୂଲ୍ୟବୋଧ ହିଁ ଉକ୍ତ ତୀରନ୍ଦାଜ ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ଭାଗିରଥ୍ ମଲ୍ଲିକ । ସେପଟେ ଏହି ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବାଳକ ବାଳିକା ମାନେ ଅତ୍ୟନ୍ତ ଉତ୍ସାହର ସହିତ ଜାତୀୟ ସ୍ତରକୁ ଯିବା ପାଇଁ ଭଲ ପ୍ରଦର୍ଶନ କରିବେ ବୋଲି କହିଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.