Interview With K.Raju: ପଛୁଆବର୍ଗ ଓ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ବିକାଶ ବିନା ପ୍ରଗତି ଅସମ୍ଭବ - Minorities development
🎬 Watch Now: Feature Video
Published : Aug 23, 2023, 12:11 PM IST
ଭୁବନେଶ୍ବର: ରାଜ୍ୟରେ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଜନସଂଖ୍ୟା ଆନୁପାତିକ ସର୍ବାଧିକ । ଯେ ପର୍ଯ୍ୟନ୍ତ ରାଜ୍ୟର ଏହି ବର୍ଗର ଜନସାଧାରଣଙ୍କ ବିକାଶ ହୋଇନାହିଁ ସେ ପର୍ଯ୍ୟନ୍ତ ରାଜ୍ୟର ବିକାଶ ଅସମ୍ଭବ । ଆଦିବାସୀ ଓ ଦଳିତଙ୍କ ଉପରେ ଅତ୍ୟାଚାର ବହୁମାତ୍ରାରେ ବଢି ଚାଲିଛି । ସ୍ବାଧୀନତା ପରେ କେବଳ କଂଗ୍ରେସ ଏକମାତ୍ର ଦଳ ଯିଏକି ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଛି । ସେମାନଙ୍କୁ ରାଜନୀତି ଓ ଅର୍ଥନୀତି ସ୍ତରରେ ସଶକ୍ତ କରିବାକୁ ପ୍ରୟାସ କରିଛି ।
ଓଡିଶାରେ ଏସସି, ଏସଟିଙ୍କ ବିଶ୍ବାସ ଜିତିବାକୁ ଓଡିଶା ପ୍ରଦେଶ କଂଗ୍ରେସ ଅଧିକରୁ ଅଧିକ କାମ କରିବାକୁ ପଡିବ । ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ସମସ୍ୟା ନେଇ ବ୍ଲକ ସ୍ତରରେ ଗାଁ ସ୍ତରରେ କାମ କରିବାକୁ ହେବ ଫଳରେ କଂଗ୍ରେସ ଉପରେ ତାଙ୍କର ବିଶ୍ବାସ ବଢିବ । ଏନେଇ ଏକ ନେତୃତ୍ବ ବିକାଶ ମିଶନ ଆରମ୍ଭ ହେବ । ଏମାନଙ୍କ ମଧ୍ୟରେ ଏକ ନେତୃତ୍ବ ବିକାଶ କରି ବିଧାନସଭା ଓ ସଂସଦୀୟ ନିର୍ବାଚନରେ କିଭଳି ସଫଳତା ପାଇଁ ସେ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଗତ 20 ବର୍ଷରେ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଉପରେ ଅତ୍ୟାଚାର ବଢିଛି । ରାଜ୍ୟରେ ବିଜେଡି ସରକାର ଅତ୍ୟାଚାର ଉପରେ ରୋକ ଲଗାଇବାକୁ କୌଣସି ପଦକ୍ଷେପ ନେଇ ନାହାନ୍ତି । ଏନେଇ ଥିବା 1989 ଆକ୍ଟର ଲାଗୁ ହୋଇନାହିଁ । କଂଗ୍ରେସ ଏହାକୁ ମୁଦ୍ଦା କରିବ ବୋଲି ସାକ୍ଷାତକାରରେ କହିଛନ୍ତି ଏଆଇସିସି ଜାତୀୟ ସଂଯୋଜକ କେ ରାଜୁ ।
ଇଟିଭି ଭାରତ, ଭୁବନେଶ୍ବର