ବୌଦ୍ଧରେ ଜମୁଛି ଆଧ୍ୟାତ୍ମିକ ଧନୁଯାତ୍ରା ନାଟ୍ୟ ଉତ୍ସବ - ବୌଦ୍ଧରେ ଜମୁଛି ନାଟ୍ୟ ଉତ୍ସବ
🎬 Watch Now: Feature Video
Published : Dec 13, 2023, 9:50 AM IST
ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଜମୁଛି ମେଳା ମହୋତ୍ସବ । ପାରମ୍ପରିକ ଆଞ୍ଚଳିକ ଉତ୍ସବ ସହିତ କଳା ସଂସ୍କୃତିର ଋତୁ ପାଲଟିଛି ଶୀତ ଋତୁ । ଏହି କ୍ରମରେ ଶୀତୁଆ ସନ୍ଧ୍ୟାରେ ବୌଦ୍ଧରେ ଦୀର୍ଘ ୮ଦିନ ଧରି ଜାରି ରହିଛି ଆଧ୍ୟାତ୍ମିକ ଧନୁଯାତ୍ରାର ନାଟ୍ୟ ଉତ୍ସବ । ବେଶ ଧୁମଧାମରେ ଏହା ଚାଲିଥିବା ବେଳେ ଦେଖିବାକୁ ଲୋକଙ୍କ ଭିଡ଼ ବି ଜମୁଛି । ଏହି ଉତ୍ସବରେ ଦର୍ଶକଙ୍କ ନାହିଁନଥିବା ଭିଡ଼ ଜମୁଛି । ସେହିପରି ଏହି ନାଟ୍ୟ ଉତ୍ସବ ପରିସରରେ ବାଣିଜ୍ୟ ମେଳାର ଆୟୋଜନ କରାଯାଇଥିବାରୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ଦର୍ଶକ ଏଠାକୁ ଆସି ଉଭୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହିତ ଚଟପଟା ଖାଦ୍ୟର ମଜା ଉଠାଉଛନ୍ତି । ବିଶେଷ ଭାବରେ ପାରମ୍ପରିକ ଗୀତିନାଟ୍ୟ ଶୈଳୀରେ ଶ୍ରୀକୃଷ୍ଣ ଲୀଳାମୃତ ସହିତ ଧନୁଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଛି । ୮ଦିନ ଧରି ଚାଲିଥିବା ଏହି ଧନୁଯାତ୍ରା ନାଟ୍ୟ ଉତ୍ସବର ପ୍ରତ୍ୟେକ ଦିନ ସଂଧ୍ୟାରେ ବିଭିନ୍ନ ପାରମ୍ପରିକ ଗୀତିନାଟ୍ୟ ପରିବେଷଣ କରାଯାଉଥିବା ବେଳେ ଦର୍ଶକମାନେ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି । ସେହିପରି ଦର୍ଶକଙ୍କୁ ସବୁଠାରୁ ବେଶୀ ଆକର୍ଷଣ କରୁଛି ବାଲିଯାତ୍ରାର ସ୍ବତନ୍ତ୍ର ଠୁଙ୍କାପୁରି ଷ୍ଟଲ । ଏଠାରେ ଠୁଙ୍କାପୁରିର ପ୍ରସ୍ତୁତି ଓ ପରିବେଷଣ ଶୈଳୀ ବେଶ ନିଆରା ଥିବାରୁ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଛି ।
ଏହା ମଧ୍ୟ ପଢନ୍ତୁ-ସରିଲା କାସାଣ୍ଡ୍ରା ଜାତୀୟ ନାଟ୍ୟ ଉତ୍ସବ, ମନ ମୋହିଲା କଥା ତ ଏତିକି
ଇଟିଭି ଭାରତ, ବୌଦ୍ଧ