Chandrayaan-3 Mission Successful: ଚକଖଡିର ସୂକ୍ଷ୍ମକଳାରେ ଯୁବଶିଳ୍ପୀଙ୍କ ଶୁଭେଚ୍ଛା - ଚକଖଡିରେ ଚନ୍ଦ୍ରଯାନ ୩

🎬 Watch Now: Feature Video

thumbnail

By ETV Bharat Odisha Team

Published : Aug 23, 2023, 10:16 PM IST

ବ୍ରହ୍ମପୁର: ମହାକାଶ ଗବେଷଣା କ୍ଷେତ୍ରରେ ଇତିହାସ ସୃଷ୍ଟି କଲା ଭାରତ । ସଫଳ ହେଲା ଭାରତର ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୩ । ନିର୍ଦ୍ଧାରିତ ସମୟରେ ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କଲା ଲ୍ଯାଣ୍ଡର ବିକ୍ରମ । ଦୀର୍ଘ 50 ଦିନର ମହାକାଶ ଯାତ୍ରା ଶେଷ କରି ଶେଷରେ ଚନ୍ଦ୍ରପୃଷ୍ଠରେ ସଫଳତାର ସହିତ ଲ୍ଯାଣ୍ଡିଂ କରିଛି ଚନ୍ଦ୍ରଯାନ-୩ । ଏହି ସଫଳତାକୁ ନେଇ ସାରା ଦେଶରେ ଉତ୍ସବର ମାହୋଲ । ବ୍ରହ୍ମପୁର ସହର ଉପକଣ୍ଠ ଡୁରା ଅଞ୍ଚଳର ପାରଳା ମହାରାଜା ଇଞ୍ଜିନିୟରିଂ ଛାତ୍ର ତଥା ଯୁବଶିଳ୍ପୀ କେ.ବିଜୟ କୁମାର ରେଡ୍ଡିଙ୍କ ଚକ୍‌ଖଡିରେ ଚନ୍ଦ୍ରଯାନର ବିଭିନ୍ନ କଳାକୃତି କରି ଶୁଭେଚ୍ଛା ଜଣାଇଛନ୍ତି । ମିଶନ ଚନ୍ଦ୍ରଯାନ-୩ରେ ସାମିଲ ହୋଇଥିବା ସମସ୍ତ ବୈଜ୍ଞାନିକଙ୍କୁ ନିଖୁଣ କଳାକୃତି ମାଧ୍ୟମରେ ଶୁଭକାମନା ଜଣାଇଛନ୍ତି । ବିଜୟ ମାତ୍ର ୧ ଘଣ୍ଟା ମଧ୍ୟରେ ୫ଟି ଚକଖଡିରେ ଇସ୍ରୋ, ଚନ୍ଦ୍ର, ରୋଭର,ବିକ୍ରମ ଲ୍ୟାଣ୍ଡର ଓ ଚନ୍ଦ୍ରଯାନର ସୂକ୍ଷ୍ମ କାରିଗରୀରେ ପ୍ରତିକୃତି କରିବା ସହ ରଙ୍ଗ ଦେଇଛନ୍ତି । ପୂର୍ବରୁ ସେ ଅନେକ ଥର ଚକଖଡିରେ ବିଭିନ୍ନ କଳାକୃତି କରି ପ୍ରଶଂସା ସାଉଁଟିଥିବା ବେଳେ ଏସିଆ ଏବଂ ଇଣ୍ଡିଆ ବୁକ ଅଫ୍‌ ରେକର୍ଡରେ ସ୍ଥାନ ପାଇ ପ୍ରଶଂସାର ପାତ୍ର ହୋଇଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.