ଦିବ୍ୟାଙ୍ଗ ଶିଶୁଙ୍କ ପାଇଁ ନିଆରା ପ୍ରୟାସ, ନାଚ ଗୀତରେ ଝୁମାଇଲା ସ୍ବେଚ୍ଛାସେବୀ ସଂଗଠନ

By

Published : Dec 9, 2022, 10:41 AM IST

Updated : Feb 3, 2023, 8:35 PM IST

thumbnail
କୋରାପୁଟ: ବଧିର ଶିଶୁ ଯେଉଁଠି ସଙ୍ଗୀତର ତାଳରେ ନାଚି ଉଠେ ଦୃଷ୍ଟି ବାଧିତ ଶିଶୁ ମ୍ୟାଜିକ ଦେଖିପାରେ ଓ ସମସ୍ତେ ମିଶି ସଙ୍ଗୀତର ଆନନ୍ଦ ନେଇପାରନ୍ତି, ସେହିପରି ଏକ ଭିନ୍ନ ଦୁନିଆ କୋରାପୁଟ ନିକଟସ୍ଥ ଦୂରୁଗୁଡ଼ା ସ୍ଥିତ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରଠାରେ ସୃଷ୍ଟି ହୋଇଛି । କୋରାପୁଟର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଏକତା ଓ ଭୁବନେଶ୍ବର ସ୍ଥିତ ସ୍ବାଭିମାନ ଫାଉଣ୍ଡେସନର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ସ୍ବତନ୍ତ୍ର ଶିବିରରେ କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ଶତାଧିକ ଭିନ୍ନକ୍ଷମ ଶିଶୁ ଏକତ୍ରୀତ ହୋଇ ସଙ୍ଗୀତ, ନୃତ୍ୟ ଓ ମ୍ୟାଜିକର ମଜା ନେଇଛନ୍ତି । ଏହା ଦ୍ଵାରା ଶିଶୁ ବ୍ୟକ୍ତିଗତ ଦୁର୍ବଳତାକୁ ସାମୁହିକ ପ୍ରୟାସରେ ଦୂରେଇବାର ଚେଷ୍ଟା କରିଛନ୍ତି ବୋଲି ଏକତାର ସମ୍ପାଦକ ଜଗନ୍ନାଥ ମିଶ୍ର କହିଛନ୍ତି । ପ୍ରତ୍ୟେକ ଶିଶୁ ଭିତରେ ଥିବା ଅନ୍ତର୍ନିହିତ ଗୁଣ ଓ ସାମର୍ଥ୍ୟକୁ ପରସ୍ପର ସହଯୋଗରେ ପରିଚିତି ପାଇବା ଏହି ଶିବିରର ମୂଳ ଉଦ୍ଦେଶ୍ୟ ଥିବା ସ୍ବାଭିମାନ ଫାଉଣ୍ଡେସନ ପ୍ରକଳ୍ପ ସଂଯୋଜକ ମିହିର କୁମାର ମହାନ୍ତି ସୂଚନା ଦେଇଛନ୍ତି ।
Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.