ETV Bharat / state

ଯାଜପୁରରେ ହେବ କି ଉପନିର୍ବାଚନ ? ପ୍ରଣବଙ୍କ ପ୍ରତିକ୍ରିୟା ପରେ ଗୁଜବ କହିଲେ ବିଧାୟିକା - Pranab Das statement politics

Pranab Prakash Das statement politics: ଯାଜପୁରରେ ହେବ କି ଉପନିର୍ବାଚନ । ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ବୟାନ ପରେ ତେଜିଲା ରାଜନୀତି । ବିଧାୟିକା ରଖିଲେ ପ୍ରତିକ୍ରିୟା ।

author img

By ETV Bharat Odisha Team

Published : 2 hours ago

Updated : 2 hours ago

Pranab Prakash Das statement politics
Pranab Prakash Das statement politics (ETV Bharat Odisha)

ଭୁବନେଶ୍ବର/ଯାଜପୁର: ସାଧାରଣ ନିର୍ବାଚନ ନିଜର ଓ ଦଳର ପରାଜୟର 3 ମାସ ନିରବତା ପରେ ମୁହଁ ଖୋଲିଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ । ମୋହନ ସରକାର ଓ ଶାସକ ଦଳ ବିଜେପି ଉପରେ ବର୍ଷିଛନ୍ତି ପ୍ରଣବ । ଯାଜପୁରର ଦଶରଥପୁରରେ ଆୟୋଜିତ ଦଳର ପଦଯାତ୍ରାରେ ଦେଇଛନ୍ତି ଅନେକ ରାଜନୈତିକ ବୟାନ । ଯାଜପୁରରେ ପ୍ରଣବଙ୍କ ମନ୍ତବ୍ୟ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ପ୍ରଣବଙ୍କ ବୟାନର ବିଭିନ୍ନ ଦିଗ ବାହାର କରୁଛନ୍ତି ବିରୋଧୀ ଓ ରାଜନୀତି ସମୀକ୍ଷକ । ଯାଜପୁରରେ ଉପନିର୍ବାଚନ କରି କ୍ଷମତାକୁ ଫେରିବାକୁ ପ୍ରଣବ ଚେଷ୍ଟା କରୁଥିବା କଥା ଚର୍ଚ୍ଚା ଆରମ୍ଭ ହୋଇଛି ।

ବବି କହିଲେ ମୋତେ ନେଇ ଅନେକ ଚର୍ଚ୍ଚା:

ଯାଜପୁରରେ ହେବ କି ଉପନିର୍ବାଚନ (ETV Bharat Odisha)

ପ୍ରଣବ କହିଛନ୍ତି, "ନିର୍ବାଚନ ସରିବାକୁ ଚାରି ମାସ ହେଲାଣି । ଏହା ସହ ନିର୍ବାଚନ ପୂର୍ବର ଦୁଇ ମାସ ହେଲା ମିଡ଼ିଆରେ ଗୋଟିଏ ନା ବବି ଦାସ । ଏ ଗୋଟିଏ ଲୋକ ନାଁ କହିଲେ ଟିଆରପି ବଢିବ । ଆଉ କାହା ନାଁ'ରେ ଟିଆରପି ନାହିଁ । ମୋତେ ନେଇ ଅନେକ ଚର୍ଚ୍ଚା, ଆଲୋଚନା ହୋଇଛି । ମୋ ନେତା ମୋତେ କିଛି କହୁନାହାନ୍ତି । ମୋ ଦଳ ମୋତେ କିଛି କହୁନାହିଁ । ନିର୍ଦ୍ଦିଷ୍ଟ ଗଣମାଧ୍ୟମ ମୋତେ କେତେବେଳେ ପାର୍ଟିର ସର୍ବସ୍ବ କରିଦେଉଛନ୍ତି, ଆଉ କେତେବେଳେ ପାର୍ଟିରୁ ବାହାର କରିଦେଉଛନ୍ତି । ଅଶୋକ ଦାସର ପୁଅ ବିଜୁ ଓ ନବୀନ ପଟ୍ଟନାୟକଙ୍କ ଦାୟାଦ ଭାଙ୍ଗିବାର ପ୍ରଶ୍ନ ଉଠୁନାହିଁ । ବିଜୁ ପଟ୍ଟନାୟକଙ୍କ ସହିତ ଥିବାରୁ ରାଜନୈତିକ ଆକ୍ରୋଶରେ ବାପା 29 ମାସ ଜେଲ ଯାଇଥିଲେ । ମୁଁ ଚାରି ବର୍ଷ ଜେଲ ଯିବା ପାଇଁ ରାଜି ଅଛି । ଯେତେ ଯାହା କଲେ ନବୀନ ପଟ୍ଟନାୟକ ପାଖରୁ ମତେ କେହି ଦୂରେଇ ପାରିବେ ନାହିଁ । ଯୋଜନା କରି ଜେଲରେ ଭର୍ତ୍ତି ଦ୍ୱାରା ମୋତେ ଭାଙ୍ଗିବାର ଚାନ୍ସ ନାହିଁ । କାରଣ ନବୀନ ପଟ୍ଟନାୟକ ଓ ଦଳର ସମର୍ଥକ ମୋ ପଛରେ ଅଛନ୍ତି । ଡରିବାର ନାହିଁ ।"

ଯାଜପୁର ବିକାଶ ପାଇଁ...

ମୋହନ ସରକାରକୁ ସିଧାସଳଖ ଟାର୍ଗେଟ କରିଛନ୍ତି ପ୍ରଣବ । ପ୍ରଣବ ପ୍ରଶ୍ନ କହିଛନ୍ତି, "କାହିଁକି ଏତେ ଆଟାର୍କ ? ଯାଜପୁରର ବିକାଶ କରିବା କଣ ମୋର ଭୁଲ ? ବିଜେପି ପାୱାରରେ ଅଛି କାମ କରୁ । ଓଡ଼ିଶାରେ ଯାଇକି କାମ କରିବାକୁ ଦଳ ମୋତେ କହିଲା । ମୁଁ ସାରା ରାଜ୍ୟରେ ନବୀନ ପଟ୍ଟନାୟକ ପାଇଁ କାମ କଲି । ପାର୍ଟି ଓ ଓଡିଶା ପାଇଁ କାମ କଲି । ମୋର ପ୍ରାପ୍ୟ ମୁଁ କୌଣସି କ୍ଷମତା ନ ନେଇ କହିଲି ମୋ ଯାଜପୁରକୁ ବିକାଶ କରନ୍ତୁ । ଯାହା ମାଗିଛି ଦେଇଥିବାରୁ ନବୀନଙ୍କୁ ଧନ୍ୟବାଦ । ଯାଜପୁରର ବିକାଶ କରିବା ଯଦି ପାପ, ତାହାଲେ ମୁଁ ହଜାରେ ପାପ କରିବି । ଯାଜପୁର ବିକାଶ ପାଇଁ ଯଦି ମୁଁ ଭୁଲ କରିଛି ତାହେଲେ ହଜାର ଭୁଲ କରିବି । ବିଜେପି ଓ ଗଣମାଧ୍ୟମ ଚକ୍ରାନ୍ତରେ ଯାଜପୁର ବିକାଶ ବନ୍ଦ ହେବ ନାହିଁ ।"

କାଉଣ୍ଟର କଲେ ବଡ଼ଚଣା ବିଧାୟକ:

ପ୍ରଣବଙ୍କ ପ୍ରତିକ୍ରିୟା (ETV Bharat Odisha)

ବଡ଼ଚଣାର ବିଜେପି ବିଧାୟକ ଅମର ନାୟକ କହିଛନ୍ତି, "ପ୍ରଣବ ସମ୍ବଲପୁରରେ ନିର୍ବାଚନ ଲଢ଼ିଥିଲେ ରେଜଲ୍ଟ ବି ପାଇଛନ୍ତି । ଯାଜପୁର ବିଧାୟିକା ଛାଡିବେ କିମ୍ବା ଆଠଗଡ଼ ପରି ରଖିବେ ସେ ଜାଣିଥିବେ । ଏହା ବିଜେଡ଼ିର ଆଭ୍ୟନ୍ତରଣ ବ୍ୟାପାର । ଯାଜପୁର ଜିଲ୍ଲାରେ ବିଜେପିର ପ୍ରଦର୍ଶନ ବହୁତ ଭଲ ଥିଲା । ଯାଜପୁର ଓ ବିଂଝାରପୁରରେ ବିଜେଡିକୁ ପ୍ରଶାସନିକ ସହଯୋଗ ପାଇଁ ବିଜେପି ପରାଜିତ ହୋଇଛି । ଯଦି ଯାଜପୁରର ବିକାଶ କରିଛନ୍ତି, ତେବେ ଏତେ କମ ବ୍ୟବଧାନରେ ତାଙ୍କ ବିଧାୟକ କେମିତି ଜିତିଲେ ? ଦୁର୍ନୀତିକୁ ନେଇ ସରକାର ନୀତିଗତ ନିଷ୍ପତ୍ତି ନେଉଛନ୍ତି । ପ୍ରଣବ ଏତେ ବ୍ୟସ୍ତ ହେଲେ କଣ ହେବ । ଆଗକୁ ବହୁତ କିଛି ହେବ । କ୍ଷମତାରୁ ମାତ୍ର ତିନି ମାସ ଦୁରେଇ ପ୍ରଣବ ଏତେ ବିବ୍ରତ ଓ ବ୍ୟତିବ୍ୟସ୍ତ ହୋଇପଡ଼ୁଛନ୍ତି । ଲୋକଙ୍କ ରାୟ, ଦୁର୍ନୀତି ହୋଇଛି ନା ନାହିଁ ସ୍ପଷ୍ଟ କରିଛି ।"

‘ଯିଏ ଯୋଦ୍ଧା, ସେ ସବୁବେଳେ ଯୁଦ୍ଧ ଲାଗି ପ୍ରସ୍ତୁତ’

ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି, "ବିକାଶ ଲାଗି ଲଢେଇ ସ୍ଲୋଗାନ ନୁହେଁ, ବିଜେଡିର ସଂକଳ୍ପ । ଯିଏ ଯୋଦ୍ଧା, ସେ ସବୁବେଳେ ଯୁଦ୍ଧ ଲାଗି ପ୍ରସ୍ତୁତ । ପ୍ରଣବ ଜଣେ ଯୋଦ୍ଧା । ଅନୁଭବୀ ଯୋଦ୍ଧା । ଜଣେ ସଫଳ ଯୋଦ୍ଧା । ଗୋଟିଏ ପରାଜୟରେ ଜଣଙ୍କର ସଫଳତା କେବେ ନ୍ୟୁନ ହୁଏନାହିଁ । ପ୍ରଣବ କହିଛନ୍ତି, ମୁଁ ଯୋଦ୍ଧା । ଲଢେଇ ପାଇଁ ପ୍ରସ୍ତୁତ ଅଛି । ଲଢ଼ିବା ଅର୍ଥ ନିର୍ବାଚନ ନୁହେଁ । ଲଢ଼ିବା ଅର୍ଥ ଜନ ପ୍ରସଙ୍ଗକୁ ନେଇ ଲଢିବା । ଜନ ସମସ୍ୟାକୁ ଲଢେଇ କରିବାକୁ ସେ ପ୍ରସ୍ତୁତ ଅଛନ୍ତି । ପ୍ରଣବଙ୍କ ବକ୍ତବ୍ୟ ଅଭିନନ୍ଦନୀୟ ।"

ବିଜେପି ପ୍ରତିକ୍ରିୟା-

ବିଜେପି ବିଧାୟକ ସରୋଜ ପାଢ଼ୀ କହିଛନ୍ତି, "ନୂଆ ସମୀକରଣ ପାଇଁ ବବି ଦାସ କହିବେ, ଲୋକ ଶୁଣିବେ ? ଯାଜପୁରରେ ଏତେ ଦିନ ଧରି ସେ ଯାହା ଦୁର୍ନୀତି କରିଛନ୍ତି, ତାହା ସମସ୍ତେ ଜାଣିଛନ୍ତି । ବ୍ଲାକ ରୋଜ ଜାହାଜରେ କେମିତି କୋଇଲା ଚୋରା ଚାଲାଣ ହେଉଥିଲା, ବବି ଓ ନବୀନ ସରକାର ଜାଣନ୍ତି । 24 ବର୍ଷରେ କେବଳ ଲୁଟ କରିଛନ୍ତି । ତା ଛଡା କିଛି ନୁହେଁ । ଯାଜପୁରରେ ଯେଉଁ କେଳେଙ୍କାରୀ ସବୁ ବାହାରୁଛି । ତା'ଠାରୁ ଲୋକ କଣ ଅଧିକ ଚାହିଁବେ । ଯଦି ସେ ଦୋଷୀ ସାବ୍ୟସ୍ତ ହେବେ ନିଶ୍ଚିତ ବନ୍ଧା ହେବେ । ଏ ମୋହନ ସରକାର । ବିଜେପି ସରକାର କେବେ ଦୁର୍ନୀତି ଗସ୍ତ ଲୋକଙ୍କୁ ମାଫ କରିବ ନାହିଁ ।"

ଏହା ବି ପଢନ୍ତୁ- ବିଜେଡି ଜନସଂପର୍କ ପଦଯାତ୍ରା; ମିଛ କହି ବିଜେପି କ୍ଷମତାକୁ ଆସିଛି କହିଲେ ନବୀନ, କଡା ଜବାବ ରଖିଲା ଶାସକଦଳ - BJD Public Relation Padayatra

ଏହା ବି ପଢନ୍ତୁ- ‘ଖାଲି ହୋଇଯିବ ବିଜେଡି ଶିବିର, ତାଙ୍କ ଦଳରେ କେହି ରହିବେ ନାହିଁ’ - Manmohan samal reaction on bjd

ଏହା ବି ପଢନ୍ତୁ- ସର୍ବୋଚ୍ଚ ପଦରେ ଅଣଓଡ଼ିଆ, ବିଜେପିର ଅସ୍ମିତା ମାଡ଼ରେ ଓଡ଼ିଆ ପୁଅ ଚେପା: ବିଜେଡି - BJD slams BJP over Odia Asmita

ଏହା ବି ପଢନ୍ତୁ-ବକ୍ସି ଜଗବନ୍ଧୁ ନେଇ ତୀବ୍ର ରାଜନୀତି; ବିଜେଡି-ବିଜେପି ମୁହାଁମୁହିଁ, ଫାଇଦା ନେଲା କଂଗ୍ରେସ ! - Buxi Jagabandhu Statue Unveiling

ବରିଷ୍ଠ ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ର କହିଛନ୍ତି, "ବିଜେଡିରେ ପ୍ରଣବ କ୍ଷମତାଶାଳୀ ନେତା । ପରିବର୍ତ୍ତିତ ପରିସ୍ଥିତିରେ ପ୍ରଣବଙ୍କ ଲଢ଼େଇ କରିବା କଥା କହୁଛନ୍ତି । ଏହି ବାର୍ତ୍ତାକୁ ନେଇ ଯାଜପୁରରେ ଉପ ନିର୍ବାଚନ କଥା ଚର୍ଚ୍ଚା ହେଉଛି । ବିଜେଡି କିମ୍ବା ପ୍ରଣବ କଦାପି ଯାଜପୁରରେ ଉପ ନିର୍ବାଚନ ସାମ୍ନା କରିବେ ନାହିଁ । ଦଳ ବିରୋଧୀ ଆସନରେ ଥିବା ବେଳେ ବିଜେପିର ସରକାର । ବିଜେଡ଼ିରେ ଗୋଷ୍ଠୀ କନ୍ଦଳ ଲାଗି ରହିଛି । ଏ ଅବସ୍ଥାରେ ନିର୍ବାଚନର ସମ୍ମୁଖୀନ ହେଲେ, ଜିତିବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହେବ । ତାଙ୍କ ବିରୋଧରେ ସରକାରୀ ଦଳ ପକ୍ଷରୁ ଆସିଥିବା ଦୁର୍ନୀତି ଅଭିଯୋଗ ପାଇଁ ଲଢେଇ କଥା ପ୍ରଣବ କହିଥାଇପାରନ୍ତି । ଏହାକୁ ସରକାର ଗ୍ରହଣ କରିବା କଥା ।"

ଯାଜପୁର ନିର୍ବାଚନ ମଣ୍ଡଳୀରେ ଉପ ନିର୍ବାଚନ ଚର୍ଚ୍ଚା, ଖଣ୍ଡନ କଲେ ବିଧାୟିକା

ପ୍ରଣବ ପ୍ରକାଶ ଦାସ ନିର୍ବାଚନ ଲଢ଼ିବା ପ୍ରସଙ୍ଗ ଯୁକ୍ତିଯୁକ୍ତ ନୁହେଁ । ଏହି ଘଟଣାକୁ ନେଇ ଆଜି (ଗୁରୁବାର) ଏଭଳି ପ୍ରତିକ୍ରିୟା ରଖିଲେ ବିଧାୟିକା ସୁଜାତା ସାହୁ । ଗତକାଲି (ବୁଧବାର) ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ତଥା ବବିଙ୍କ ଭାଷଣକୁ ନେଇ ପ୍ରତିକ୍ରିୟା ଦେଲେ ଯାଜପୁର ବିଧାୟିକା ସୁଜାତା ସାହୁ l ବିଧାୟିକା ସାହୁଙ୍କ କହିବା କଥା, "ଉପନିର୍ବାଚନ ଏକ ଗୁଜବ । ବିଜେଡିରେ ଫାଟ ସୃଷ୍ଟି କରିବା ପାଇଁ କିଛି କୁଚକ୍ରୀଙ୍କ ଏହା ଚକ୍ରାନ୍ତ ।" ବିଧାୟିକା ପୁଣି କହିଛନ୍ତି, ମୋର ନେତା ପ୍ରଣବ ପ୍ରକାଶ ଦାସ ସେଭଳି କୌଣସି ମନ୍ତବ୍ୟ ଦେଇନାହାନ୍ତି l ଆଉ ମୋର ଇସ୍ତଫା ଦେବାର ପ୍ରଶ୍ନ ଉଠୁନାହିଁ କି ଉପ ନିର୍ବାଚନ ହେବାର ନାହଁ l

ପ୍ରଣବ ଗତକାଲି ଲୋକଙ୍କ ସେବା ଓ ଯାଜପୁରର ସ୍ୱାର୍ଥ ପାଇଁ ଲଢେଇକୁ ଓହ୍ଲାଇବେ ବୋଲି କହିଥିବା ବିଜେଡି ପକ୍ଷରୁ ସ୍ପଷ୍ଟ କରାଯାଇଛି । ବବି ଦାସ କୌଣସି ବିଧାୟକ ହେବାକୁ ଆଶାୟୀ ନାହାନ୍ତି ବୋଲି କହିଛନ୍ତି । ସେ କ୍ଷମତା ଠାରୁ ବାହାରେ ରହି ବିଜେଡି ପାଇଁ କାଯ୍ୟ କରିପାରିବେ । ଲଢ଼ିବେ ଲୋକଙ୍କ ସ୍ୱାର୍ଥ ପାଇଁ ଲଢ଼ିବେ ବୋଲି କହିବା ସହ ଏଥିପାଇଁ କର୍ମୀ ମାନଙ୍କୁ ଏକାଠି ହେବାକୁ ଆହ୍ୱାନ ଦେଇଥିଲେ l ଉପନିର୍ବାଚନକୁ ନେଇ ଏମିତି ଆଶା ଆଶଙ୍କାରେ ପାଇଁ କହିନଥିବା ସହ ଉପନିର୍ବାଚନ ପଶ୍ନ ଉଠୁନି ବୋଲି ବିଧାୟିକା କହିଥିଲେ । ତେବେ ଗତ କିଛିଦିନ ହେବ ଯାଜପୁରେ ଉପ ନିର୍ବାଚନ ହେବାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି l ସେପଟେ ଏହି ଚର୍ଚ୍ଚାକୁ ନେଇ ବିଜେପି ବେଶ ଉତ୍ସାହିତ ହେଉଥିବା ଦେଖିବାକୁ ମିଳୁଛି l ତେବେ ଉପ ନିର୍ବାଚନ ହେଲେ ବିଜେପି ବହୁ ଭୋଟରେ ଜିତିବ l ଏଥିସହିତ ଜିଲ୍ଲା ବିଜେଡିର ଗଡ଼ ହେବ ବୋଲି ବିଜେପି ସାଧାରଣ ସମ୍ପାଦକ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର ଓ ଯାଜପୁର

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.