ETV Bharat / state

ପାର୍ବଣକୁ ଫିକା କରିବ ଲଘୁଚାପ: 8ରୁ ବଢିବ ବର୍ଷା, ଭିଜିବ ଦଶହରା ! - LOW PRESSURE RAIN IN ODISHA

ODISHA WEATHER UPDATE: ପାର୍ବଣକୁ ଫିକା କରିପାରେ ଲଘୁଚାପ ବର୍ଷା । ଆସନ୍ତା 8ରୁ ବଢିପାରେ ବର୍ଷା । 21 ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ।

author img

By ETV Bharat Odisha Team

Published : 2 hours ago

ODISHA WEATHER UPDATE
ODISHA WEATHER UPDATE (ETV Bharat Odisha)

ଭୁବନେଶ୍ବର: ଆସୁଛି ପୁଣି ବର୍ଷା । ବର୍ଷାରେ ଭିଜିବ ସାରା ଓଡ଼ିଶା । ରାଜ୍ୟ ଉପରେ ଆଉ ଏକ ଘୂର୍ଣ୍ଣିବଳୟ । ଦକ୍ଷିଣପୂର୍ବ ବାଂଲାଦେଶ ଓ ତାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ଏକ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ୪ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଫଳରେ ଭିଜିପାରେ ଦଶହରା ।

ପୁଣି ଆସୁଛି ଲଘୁଚାପ :

ଉତ୍ତର ବଙ୍ଗୋପସାଗରରେ ଓ ତାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେବ ଲଘୁଚାପ । ହେଲେ ଏହାର ପ୍ରଭାବ ଅଧିକ ରହିବ ନାହିଁ । କାଁ ଭାଁ ସ୍ଥାନରେ ବର୍ଷା ରହିବ । ଆଗାମୀ ୭ ଦିନ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି:

ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଘଡ଼ଘଡି ସହ ବର୍ଷା ରହିବ । ବାଲେଶ୍ୱର, ଭଦ୍ରକ, ଯାଜପୁର ,କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ ,ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ରାୟଗଡା, ଢେଙ୍କାନାଳ, ଯାଜପୁର, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଉପକୂଳ ଓଡ଼ିଶାର ଏହି ଜିଲ୍ଲାରେ ବିଜୁଳି ଘଡ଼ଘଡି ବର୍ଷାର ସତର୍କତାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୭ ତାରିଖ ଯାଏ ରାଜ୍ୟରେ ବିଶେଷ ବର୍ଷା ନଥିବାବେଳେ ୮ ତାରିଖ ବେଳକୁ ବର୍ଷା ବଢିବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢନ୍ତୁ...ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ୪ ସୁଦ୍ଧା ଲଘୁଚାପ, ବାତ୍ୟାକୁ ନେଇ ଏମିତି କହିଲେ IMD ମହାନିର୍ଦ୍ଦେଶକ - Odisha Weather Latest Update

ଏହା ମଧ୍ୟ ପଢନ୍ତୁ...୫ରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା, ୧୦ ଜିଲ୍ଲାକୁ ଆଲର୍ଟ - Odisha Weather Latest Update

ଏହା ମଧ୍ୟ ପଢନ୍ତୁ...ଅକ୍ଟୋବର ୬ରେ ଲଘୁଚାପ, ଆଗାମୀ ୪୮ ଘଣ୍ଟା ବିଜୁଳି ଘଡ଼ଘଡ଼ି ପାଇଁ ସତର୍କ - Odisha Weather Latest Update

'ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ କମିବ ଗୁଳୁଗୁଳି':

ଏହା ସହ ମୌସୁମୀ ଅପସାରଣ ବିଳମ୍ବ ହେଉଥିବାକୁ ବେଳେ ଆଦ୍ରତାର ପରିମାଣ ବଢ଼ିବାରେ ଲାଗିଛି । ଫଳରେ ପ୍ରବଳ ଗରମ ସହ ଗୁଳୁଗୁଳି ହେଉଛି । ସମ୍ପୂର୍ଣ୍ଣ ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ହିଁ ରାଜ୍ୟରେ ଗୁଳୁଗୁଳି କମିବା ବୋଲି ବିଭାଗ ଆକଳନ କରିଛି । ସେପଟେ ଗତ ୨୪ ଘଣ୍ଟାରେ କାଁ ଭାଁ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଯାଜପୁର ସୁକିନ୍ଦାରେରେ ସର୍ବାଧିକ ୩୦.୩ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ପାରଳାଖେମୁଣ୍ଡିରେ ସର୍ବାଧିକ ୩୬.୮ରେ ତାପମାତ୍ରା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.