ETV Bharat / state

ସାବାଡ ହେବେ ଅପରାଧୀ, ଦାୟିତ୍ବ ନେଲେ ନୂଆ IPS ଅଧିକାରୀ - ips officer take charger

IPS OFFICER TAKE CHARGER: ରାଜ୍ୟ ସରକାରଙ୍କ IPS ସ୍ତରରେ ବଡ଼ ଧରଣର ଅଦଳବଦଳ ପରେ ଦାୟିତ୍ବ ଗ୍ରହଣ କରିଛନ୍ତି ନୂତନ ନିଯୁକ୍ତ IPS ଅଧିକାରୀ । ଆଗାମୀ ଦିନରେ ବିଭିନ୍ନ ଜିଲ୍ଲାରେ କିଭଳି ରହିବ ଆଇନ ଶୃଙ୍ଖଳା ବ୍ୟବସ୍ଥା ସେନେଇ କଲେ ତଦାରଖ । କେଉଁ ଜିଲ୍ଲାରେ କିଏ ଦାୟିତ୍ବ ଗ୍ରହଣ କଲେ ଆସନ୍ତୁ ଜାଣିବା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : 2 hours ago

IPS OFFICER TAKE CHARGER
IPS OFFICER TAKE CHARGER (ETV Bharat Odisha)

କଟକ: କେନ୍ଦ୍ରାଞ୍ଚଳ DIG ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି 2009 ବ୍ୟାଚ IPS ଅଧିକାରୀ ଚରଣ ସିଂ ମିନା । ଆଜି (ଗୁରୁବାର) ଅପରାହ୍ନରେ IG ସଞ୍ଜୟ କୁମାର କୌଶଲଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । କାର୍ଯ୍ୟରେ ଯୋଗ ଦେବା ପରେ DIG ମିନା କହିଥିଲେ,"ଜନସାଧାରଣଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ଆମର ପ୍ରାଥମିକତା ରହିବ । ଏହାଛଡା ସଂଗଠିତ ଅପରାଧ, ଗୁଣାତ୍ମକ ତଦନ୍ତ ,ସାଇବର ଅପରାଧକୁ ଗୁରୁତ୍ୱ ଦିଆଯିବ। ବିଶେଷକରି ପାର୍ବଣ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ମହିଳା ଓ ଶିଶୁଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧ ଉପରେ ଅଧିକ ଫୋକସ ରହିବ ।

ପୁରୀ ନୂତନ ଏସପି ବିନୀତ ଅଗ୍ରୱାଲ:

ପୁରୀ:ନୂତନ ଏସପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଆଇପିଏସ୍ ବିନୀତ ଅଗ୍ରୱାଲ । ଶ୍ରୀମନ୍ଦିରର ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ଭକ୍ତଙ୍କ ସୁରକ୍ଷା, ପୁରୀ ସହରକୁ ଅପରାଧ ମୁକ୍ତ ,ନିଶା କାରବାର ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଏବଂ ନିର୍ଦ୍ଧାରିତ ସମୟ ଭିତରେ ନ୍ୟାୟ ପ୍ରଦାନ ପୁରୀ ପୋଲିସର ମୁଖ୍ୟ ଲକ୍ଷ୍ୟ ହେବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏସପି । ପୋଲିସକୁ ସହରବାସୀ ସହଯୋଗ କରିବା ପାଇଁ ଆହ୍ବାନ ଦେଇଛନ୍ତି ସେ ।

କୋରାପୁଟ ଏସ୍‌ପି ରୋହିତ ବର୍ମା:

କୋରାପୁଟ: ସରକାର ଗତ ମାସରେ IPS ସ୍ତରରେ ବଡ଼ ଧରଣର ଅଦଳବଦଳ କରିଥିଲେ । ଏହି ଅବସରରେ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ଭାବେ ୨୦୦୭ ବ୍ୟାଚ୍ ଆଇପିଏସ ନୀତି ଶେଖର ଦାୟିତ୍ଵ ଗ୍ରହଣ କରିଥିବା ବେଳେ କୋରାପୁଟ ଜିଲାର ନୂତନ ଏସ୍‌ପି ଭାବେ ରୋହିତ ବର୍ମା ଦାୟିତ୍ବ ଗ୍ରହଣ କରିଛନ୍ତି । ଆଇପିଏସ ନୀତି ଶେଖର କୋରାପୁଟ ଡିଆଇଜି କାର୍ଯ୍ୟାଳୟରେ ଦାୟିତ୍ଵ ଗ୍ରହଣ କରିବା ପରେ ସାଧାରଣ ଜନତାଙ୍କ ଆସ୍ଥାଭାଜନ ହୋଇ ପୋଲିସ କିପରି ଲୋକଙ୍କ ସେବା କରିବ ସେଥିପ୍ରତି ସେ ଗୁରୁତ୍ଵ ଦେବେ ବୋଲି କହିଛନ୍ତି । ସେହିପରି ନୂତନ ଏସ୍‌ପି ରୋହିତ ବର୍ମା କହିଛନ୍ତି ," ଜିଲ୍ଲାର ସବୁ ଥାନା ଅଧିକାରୀ ଏବଂ ଏସଡ଼ପିଓ ମାନଙ୍କ ସହ ଆଇନ ଶୃଙ୍ଖଳା ,ମାଓ ଗତିବିଧୀ, ଗଞ୍ଜେଇ ଚାଲାଣ ଇତ୍ୟାଦି ଉପରେ ଆଲୋଚନା ହେବ । ଆଇନ ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ, ମାଓ ଗତିବିଧିକୁ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ ।"

ଏହା ମଧ୍ୟ ପଢନ୍ତୁ....ଦାୟିତ୍ବ ନେଲେ ନୂଆ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ - New police commissioner

ଏହା ମଧ୍ୟ ପଢନ୍ତୁ....IPS ସ୍ତରରେ ବଡ଼ ଅଦଳବଦଳ: ନୂଆ ପୋଲିସ କମିଶନର ସୁରେଶ ଦେବଦତ୍ତ, ପ୍ରତୀକଙ୍କ ସ୍ଥାନ ନେଲେ ପିନାକ - Odisha IPS Reshuffle

ଏହା ମଧ୍ୟ ପଢନ୍ତୁ....ବରିଷ୍ଠ IPS ଅରୁଣ ଷଡ଼ଙ୍ଗୀ ହେଲେ OPSC ଅଧ୍ୟକ୍ଷ , 6 ବର୍ଷ ପାଇଁ ନିଯୁକ୍ତ କଲେ ରାଜ୍ୟ ସରକାର - OPSC Chairman Arun Sarangi

ବାଲେଶ୍ବର Sp ହେଲେ ଏସପି ରାଜ ପ୍ରସାଦ:

ବାଲେଶ୍ବର: ଗତ ଦୁଇ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ବାଲେଶ୍ୱରରେ ଏସପି ଭାବେ କାର୍ଯ୍ୟରତ ଥିବା ସାଗରିକା ନାଥଙ୍କ ଖୋର୍ଦ୍ଧା ବଦଳି ପରେ ଆଜି ସେ ବାଲେଶ୍ୱରର ନୂଆ ଏସପି ରାଜ ପ୍ରସାଦଙ୍କୁ ଦାଇତ୍ୱ ହସ୍ତାନ୍ତର କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଦାୟୀ ଏସପିଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏକ ବିଦାୟ କାଳୀନ ସମାବେଶ ଅନୁଷ୍ଠିତ ହୋଇଥିଲା । ବାଲେଶ୍ୱରରେ ବେଶ ଲୋକ ପ୍ରିୟତା ହାସଲ କରିଥିବା ସାଗରିକା ନାଥ ବିଦାୟ ବେଳେ ଉପସ୍ଥିତ ପୋଲିସ କର୍ମଚାରୀଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା । ନୂଆ ଏସପି ରାଜ ପ୍ରସାଦ ଦାୟିତ୍ୱ ଗ୍ରହଣ ପରେ କହିଥିଲେ," ଆମେ ଅଇନ ଶୃଙ୍ଖଳା ପରିସ୍ଥିକୁ ନିୟନ୍ତ୍ରଣରେ ରିଖିବୁ । ସାମ୍ପ୍ରଦାୟିକ ସମନ୍ୱୟ ଆମେ ବଜାୟ ରଖିବୁ । ଡ୍ରଗ୍ସ, କ୍ରାଇମ, ଉପରେ ବହୁତ ଗୁରୁତ୍ୱ ଦିଆଯିବ । ସିଟିଜେନ ଓ ପୋଲିସ ଭିତରେ ଭଲ ସମନ୍ୱୟ ଉପରେ ଫୋକସ କରିବୁ । ଡ୍ରଗ୍ସ ବେପାର ନିୟନ୍ତ୍ରଣ ପାଇଁ ଚେଷ୍ଟା କରିବୁ ।"

ଇଟିଭି ଭାରତ, କଟକ/ପୁରୀ/କୋରାପୁଟ/ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.