ଜେଲ ଭିତରେ ଭାଇ, ରାକ୍ଷୀ ବାନ୍ଧି ନପାରି ଫେରିଲା ଭଉଣୀ; ନିୟମ କାନୁନ ଆଗରେ ମିଳେଇ ଗଲା ସ୍ନେହ ମମତା - ଜେଲ ଭିତରେ ଭାଇ
🎬 Watch Now: Feature Video
Published : Aug 31, 2023, 3:34 PM IST
ବାଲେଶ୍ବର: ରାକ୍ଷୀ ହୁଏତ ସୂତା ଖଣ୍ତିଏ ହୋଇପାରେ କିନ୍ତୁ ସେଇ ସୂତା ଖଣ୍ତିଏ ସମ୍ପର୍କର ସେତୁ । ସାତ ଜନ୍ମ ପାଇଁ ଭଉଣୀଟିଏ ଭାଇର ଶୁଭ ମନାସି ଭାଇର ହାତରେ ଏହି ରକ୍ଷାର ସୂତା ଖଣ୍ତିଏକୁ ଅତି ପବିତ୍ର ଓ କୋମଳ ମନରେ ବାନ୍ଧିଦିଏ । ତେବେ ଭାଇ ଭଉଣୀର ପବିତ୍ର ସମ୍ପର୍କ ରକ୍ଷା ବନ୍ଧନ ଏଥର ଦୁଇଦିନ ଧରି ପାଳନ ହୋଇଛି। ବର୍ଷର ଥରୁଟିଏ ଏମିଟି ଏକ ପବିତ୍ର ଦିନ ଭାଇ ଭଉଣୀଙ୍କ ପାଇଁ ଆସିଥାଏ। ହେଲେ ଏହି ଦିନରେ ଯଦି ଭାଇଟିଏ ଭଉଣୀ ପାଖରେ ନଥାଏ ତେବେ ଭଉଣୀର ମନ ଭିତରେ ଅନେକ କୋହ ଭରି ରହିଥାଏ। ସେମିତି ଜଣେ ଭଉଣୀ ଯିଏ ଭାଇ ହାତରେ ରାକ୍ଷୀ ବାନ୍ଧି ନ ପାରି ଫେରିବା ପରେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ଭଉଣୀ।ବାଲେଶ୍ୱର ଜିଲ୍ଲା ସୋର ଉପକାରାଗାର ଆଗରେ ଆଜି ଜଣେ ଭଉଣୀ ହାତରେ ରାକ୍ଷୀ ଧରି କାରାଗାରରେ ଥିବା ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଅପେକ୍ଷା କରି ରହିଥିଲା।
ଏହା ମଧ୍ୟ ପଢନ୍ତୁ- ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା, ଜଗନ୍ନାଥ ଓ ବଳଭଦ୍ରଙ୍କୁ ରାକ୍ଷୀ ପିନ୍ଧାଇଲେ ଭଉଣୀ ସୁଭଦ୍ରା
ମାତ୍ର ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଜେଲ କର୍ତ୍ତୃପକ୍ଷଙ୍କ ଅନୁମତି ନ ମିଳିବାରୁ ଭଉଣୀ ଜଣଙ୍କ ନିରାଶ ହୋଇ ଫେରିଥିଲେ। ସୋର ପୌରପାଳିକା ଲିଙ୍ଗପଡ଼ା ଗାଁର ରାଜୀବ ନାୟକ ଗତ କିଛିମାସ ହେବ ସୋର ଉପକାରାଗାରରେ ବିଚାରାଧୀନ କଏଦୀ ଭାବେ ରହିଛନ୍ତି। ଏଥିପାଇଁ ଭଉଣୀ ସସ୍ମିତା ବହୁତ ଖୁସିରେ ଜେଲ ଗେଟ ଆଗରେ ଠିଆ ହୋଇ ଭାଇକୁ ରାକ୍ଷୀ ବାନ୍ଧିବାକୁ ଅନେଇ ବସିଥିଲା। ହେଲେ ନିୟମ ଓ କାନୁନ ଆଗରେ ଭଉଣୀର ସ୍ନେହ ମିଳେଇ ଯାଇଥିଲା । ଭଉଣୀକୁ ଉପକାରାଗାରରେ ଭିତରକୁ ଛଡାଯାଇନଥିବା ବେଳେ ସସ୍ମିତା ଓ ତାଙ୍କର କିଛି ସାଙ୍ଗ ଅପେକ୍ଷା କରି କରି ମନ ଦୁଃଖରେ ଫେରିଯାଇଛନ୍ତି।
ଇଟିଭି ଭାରତ, ବାଲେଶ୍ବର