thumbnail

ମହାପ୍ରଭୁଙ୍କୁ ଦର୍ଶନ କଲେ କଣ୍ଠଶିଳ୍ପୀ ଅନୁରାଧା ପୌଡ଼ୱାଲ

By

Published : Jul 9, 2022, 7:38 AM IST

Updated : Feb 3, 2023, 8:24 PM IST

ପୁରୀ: ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କଲେ କଣ୍ଠଶିଳ୍ପୀ ଅନୁରାଧା ପୌଡ଼ୱାଲ । ଶୁକ୍ରବାର ପୁରୀ ଗସ୍ତରେ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଗତକାଲି ଜନ୍ମ ବେଦିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଥିଲା ଶେଷ ସନ୍ଧ୍ୟା ଦର୍ଶନ । ନିଜର ପରିବାର ବର୍ଗଙ୍କ ସହ ମହାବାହୁଙ୍କୁ ଦର୍ଶନ କରିଥିଲେ ଅନୁରାଧା । ଜଗନ୍ନାଥଙ୍କୁ ଦର୍ଶନ ପରେ ସେ ବେସ ଖୁସିଥିବା କହିବା ସହ ଭଗବାନ ସମସ୍ତଙ୍କୁ କୃପା କରନ୍ତୁ ବୋଲି କହିଥିଲେ ଅନୁରାଧା ପୌଡ଼ୱାଲ । 90 ଦଶକରେ ମହାପ୍ରଭୁଙ୍କର ଅନେକ ଭଜନ ଗାଇ ଅନୁରାଧା ଓଡ଼ିଶାର ପ୍ରତ୍ୟେକ ଘରେ ଘରେ ବେଶ ପରିଚିତ ଥିଲେ । ଆଖି ଦୁଇ ଯଦି ହେବୁରେ, କଜଳ ଗାର ମୁଁ ହେବି, ଯାରେ ଯା ଉଡ଼ି ଉଡ଼ି ମନ ଚଢ଼େଇ, କାଳିଆ ମୋ ଦେହେ ବୋଳିଦେ ତୋ ଦେହ କଳା ଏପରି ଅନେକ ଭଜନରେ ସେ କଣ୍ଠଦାନ କରିଥିଲେ।
Last Updated : Feb 3, 2023, 8:24 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.