ଜମିଲା ସିଲ୍କ ସିଟି ଫେଷ୍ଟିଭାଲ: କଣ୍ଠଶିଳ୍ପୀ ଲିସାଙ୍କ ଗୀତରେ ଝୁମିଲେ ଯୁବପୀଢ଼ି - ସିଲ୍କ ସିଟି ମହୋତ୍ସବ

🎬 Watch Now: Feature Video

thumbnail

By

Published : Jan 14, 2023, 10:23 PM IST

Updated : Feb 3, 2023, 8:38 PM IST

ବ୍ରହ୍ମପୁର :  ବ୍ରହ୍ମପୁରରେ ଇଞ୍ଜିନିୟରିଙ୍ଗ ସ୍କୁଲ ପଡିଆରେ ଜମୁଛି ସିଲ୍କ ସିଟି ଫେଷ୍ଟିଭାଲ । ଏହି ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ବଲିଉଡ୍ କଣ୍ଠଶିଳ୍ପୀ ଲିସା ମିଶ୍ର । ନିଜ କଣ୍ଠର ଯାଦୁରେ ଦର୍ଶକଙ୍କୁ ନଚାଇଲେ କଣ୍ଠଶୀଳ୍ପି ଲିସା । ମୁଖ୍ୟତଃ ଯୁବପୀଢ଼ି ଏହି ମହୋତ୍ସବର ବେଶ ମଜ୍ଜା ନେଇଥିଲେ । ବିଶ୍ବ ହକି ଅବସରରେ ବ୍ରହ୍ମପୁର ସହରରେ ଆରମ୍ଭ ହୋଇଛି ସିଲ୍କ ସିଟି ଫିଷ୍ଟିଭାଲ । ବ୍ରହ୍ମପୁର ସହରର ଇଞ୍ଜିନିୟରିଂ ସ୍କୁଲ୍ ପଡିଆ ଠାରେ ଏହି ମହୋତ୍ସବ ଆଗାମୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଆସନ୍ତାକାଲି ସ୍ଥାନୀୟ କଳାକାରମାନଙ୍କ ଦ୍ବାରା ଗଞ୍ଜାମର ଲୋକକଳା ନୃତ୍ୟ, ଓଡିଶୀ ନୃତ୍ୟ ସହିତ ଭାରତ ନାଟ୍ୟମ୍, ବିହୁ, ମୋହିନୀ ନାଟ୍ୟମ୍, ମଣୀପୁରୀ, ଝୁମର୍, କଥକ୍ ଏବଂ ଆଧୁନିକ ନୃତ୍ୟ ପରିବେଷଣ ହେବ । ପ୍ରଥମେ ଲିସା ମିଶ୍ର ମଞ୍ଚ ଉପରକୁ ଆସି ‘କେଶରିଆ ତେରେ’, ‘ଚୁରାଲିୟା ହେ ତୁମ ନେ ଯୋ ଦିଲକୋ ଭଳି ବହୁ ଗୀତ ଗାଇ ଉପସ୍ଥିତ ଦର୍ଶକମାନଙ୍କୁ ନଚାଇଥିଲେ । ଏହାପରେ ଗୋଟିଏ ପରେ ଗୋଟିଏ ହିଟ୍‌ ଗୀତ ଗାଇ ଉପସ୍ଥିତ ଥିବା ଶହଶହ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଏସମ୍ପର୍କରେ କଣ୍ଠଶିଳ୍ପୀ ଲିସା ମିଶ୍ର କହିଛନ୍ତି, ''ଦୀର୍ଘ ୨୦ ବର୍ଷ ପରେ ମୁଁ ମୋ ମାଟିକୁ ଆସିଛି । ମୋତେ ବହୁତ ଖୁସି ଲାଗୁଛି । ଏଠିକାର ପରିବେଶ, ଜନସାଧାରଣ ସମସ୍ତେ ମୋର ଅତି ପ୍ରିୟ । ମୁଁ ଏଠାରେ ରହିଛି ବଢ଼ିଛି । ତେଣୁ ଏଠାକୁ ଯେତେଥର ଆସିବାକୁ ହେଲେ ମୁଁ ଆସିବି । ଏଥିରେ କୌଣସି ଅସୁବିଧା ନାହିଁ । ଆଉ ସବୁଠୁ ବଡ଼ କଥା ହେଲା ଏଠାରେ ଆୟୋଜିତ ହୋଇଥିବା ସିଲ୍କ ସିଟି ଫେଷ୍ଟିଭାଲରେ ମୋତେ ଗୀତ ଗାଇବାକୁ ସୁଯୋଗ ମିଳିଥିବାରୁ ମୁଁ ବହୁତ ଖୁସି । ଏଠିକାର ଲୋକେ ବହୁତ ଭଲ । ମୁଁ ବହୁତ ଖୁସି ଅଛି ।'' ଇଟିଭି ଭାରତ, ବ୍ରହ୍ମପୁର 

Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.