ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ ସମଲେଶ୍ୱରୀ

By ETV Bharat Odisha Team

Published : Oct 15, 2023, 10:50 PM IST

thumbnail

ବରଗଡ଼: ଆଜିଠାରୁ ଆରମ୍ଭ ହୋଇଛି ନବଦୁର୍ଗା ପୂଜା । ନବରାତ୍ର ପୂଜାର ପ୍ରଥମ ଦିନରେ ବରଗଡ଼ର ଅଧିଷ୍ଟାତ୍ରୀ ଦେବୀ ମା' ସମଲେଶ୍ଵରୀ ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ମା'ଙ୍କ ଦର୍ଶନ ପାଇଁ ମନ୍ଦିର ପରିସରରେ ଭକ୍ତଙ୍କ ପ୍ରବଳ ଗହଳି ଲାଗିରହିଥିଲା । ଆଶ୍ୱିନ ଶୁକ୍ଳ ପ୍ରତିପଦା ଦିନରେ ନବରାତ୍ର ପୂଜାର ପ୍ରଥମ ଦିନରେ ମା' ସମଲେଶ୍ଵରୀ ଦେବୀଙ୍କ ଶୈଳପୁତ୍ରୀ ବେଶ ରହିଥିବା ବେଳେ ଆଜିର ପ୍ରଥମ ଦିବସରେ ବିହିତ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ମା' ସମଲେଶ୍ଵରୀ ଦେବୀଙ୍କ ମହାସ୍ନାନ, ଉପଚାର ପୂଜାହୋମ ଆଦି ପୂଜା କରାଯାଇଥିଲା ଓ ଭକ୍ତମାନେ ମନ୍ଦିରରେ ନିଜ ନିଜର ମାନସିକ କରିବା ସହିତ ଅଖଣ୍ଡ ଦୀପ ସ୍ଥାପନ କରିଥିଲେ । 

ଆଜି ପ୍ରଥମ ଶାରଦୀୟ ପୂଜାରେ ମା’ ଶୈଳପୁତ୍ରୀ ବେଶରେ ପୂଜା ପାଇଥିଲେ ଏବଂ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଆସନ୍ତା ଦଶମୀ ଅର୍ଥାତ 24 ତାରିଖ ପର୍ଯ୍ୟନ୍ତ ଦେବୀ ମା' 10 ଗୋଟି ଭିନ୍ନ ଭିନ୍ନ ରୂପରେ ପ୍ରତିଦିନ ପୂଜା ପାଇବେ ଏବଂ ଭକ୍ତମାନଙ୍କୁ ଦର୍ଶନ ଦେବେ । ଶାରଦୀୟ ପୂଜାର ଶେଷ ଦିନ ଦଶମୀ ଦିନରେ ଦେବୀ ମା' ଅନ୍ନପୁର୍ଣ୍ଣା ବେଶରେ ପୂଜା ପାଇ ଭକ୍ତଙ୍କୁ ଦର୍ଶନ ଦେବେ ଓ ନବରାତ୍ର ପୂଜାର ସମାପ୍ତ ହେବ ।  ମା'ଙ୍କ ଭିନ୍ନ ଭିନ୍ନ ବେଶକୁ ଦର୍ଶନ କରିବାକୁ ପ୍ରତିଦିନ ତଳିପଡାସ୍ଥିତ ଦେବୀ ମା' ସମଲେଶ୍ବରୀଙ୍କ ମନ୍ଦିରରେ ଭକ୍ତଙ୍କ ଅସମ୍ଭାଳ ଭିଡ ଲାଗିଥାଏ । ତେଣୁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଯେପରି ଟ୍ରାଫିକ ସମସ୍ଯା ନହେବ ସେନେଇ ବିଶେଷ ଗୁରୁତ୍ଵ ଦିଆଯାଇଛି । ସହରରେ ଚୋରା ମାନଙ୍କର ଲୁଟପାତ ବଢିଯାଇଥିବା ବେଳେ ପୋଲିସ ବିଭାଗ ପକ୍ଷରୁ ଏଥିପ୍ରତି ମଧ୍ୟ ବିଶେଷ ଗୁରୁତ୍ଵ ଦିଆଯାଇଛି । 

ଏହା ମଧ୍ୟ ପଢ଼ନ୍ତୁ...ଧବଳମୁଖୀ ବେଶରେ ଦର୍ଶନ ଦେଲେ ମାଆ ସମଲେଶ୍ବରୀ

ଇଟିଭି ଭାରତ, ବରଗଡ଼

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.